ଦେଶ ବିଦେଶ

ଭୋପାଳରୁ ୧୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

Spread the love

ଭୋପାଳରେ ଆଜି ଏକ କାରଖାନାରୁ  ୧୮୦୦ କୋଟି ଟଙ୍କାର ସିନ୍ଥେଟିକ୍‌ ଡ୍ରଗ୍ସ ଜବତ | ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏବଂ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍)ର ମିଳିତ ଅପରେସନରେ  ଏହି ଡ୍ରଗ୍ସ ଜବତ  ହୋଇଛି।  ଭୋପାଳ ନିକଟରେ ଥିବା ଏକ କାରଖାନାରେ ଚଢ଼ଉ ବେଳେ ଏହି ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ ହୋଇଥିବା ବେଳେ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି କାରଖାନାରେ ପ୍ରସ୍ତୁତ ହେଉଥିବା ଏମ୍‌ଡି ଡ୍ରଗ୍ସ ଜବତ ହେବାପରେ ଏହାର ଚାଲାଣ ନେଟ୍‌ୱର୍କ ଠାବ କରିବା ପାଇଁ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି। ବେଆଇନ ନିଶା ଦ୍ରବ୍ୟ ଉତ୍ପାଦନ ମାମଲାରେ କର୍ତ୍ତୃପକ୍ଷ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ବେଳେ ଏହା ପଛରେ ଏକ ବଡ଼ ରୢାକେଟ୍‌ କାମ କରୁଥିବା ପ୍ରମାଣ ମିଳିଛି। ଆଜି ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ୧୮୧୪ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।   ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିଗୁଡ଼ିକ ଡ୍ରଗ୍ସ କାରବାର ରୋକିବା ପାଇଁ   ଏହାର ନେଟ୍‌ୱର୍କ ଭାଙ୍ଗିବାକୁ ଯୋଜନାବଦ୍ଧ ରଣନୀତିରେ କାମ କରୁଛନ୍ତି।

Leave a Reply

Your email address will not be published. Required fields are marked *