ଦେଶ ବିଦେଶ

ତୁର୍କୀ ହୋଟେଲରେ ଅଗ୍ନିକାଣ୍ଡ

Spread the love

ତୁର୍କୀର ବୋଲୁ ପର୍ବତରେ ଥିବା ଗ୍ରାଣ୍ଡ କାର୍ତାଲ ହୋଟେଲରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟି ୬୬ ଜଣଙ୍କ ମୃତ୍ୟୁ ଘଟିଛି। ହୋଟେଲରେ ନିଆଁ ଲାଗିବା ପରେ ଅନେକ ଅତିଥି ନିଆଁରୁ ବର୍ତ୍ତିବା ପାଇଁ ଝରକା ଦେଇ ଡେଇଁ ପଡ଼ିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉତ୍ତର-ପଶ୍ଚିମ ତୁର୍କୀର ଏକ ଲୋକପ୍ରିୟ ଗନ୍ତବ୍ୟସ୍ଥଳ ‘କାର୍ଟଲକୟା ସ୍କି ରିସୋର୍ଟ’ରେ ଏହି ଘଟଣା ଘଟିଛି। ଅଗ୍ନିକାଣ୍ଡ ସମୟରେ ହୋଟେଲରେ ୨୩୪ ଜଣ ଅତିଥି ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ରାତି ପ୍ରାୟ ସାଢ଼େ ୩ଟା ବେଳେ ୧୨ ମହଲା ବିଶିଷ୍ଟ ଏହି ହୋଟେଲର ରେଷ୍ଟୁରାଣ୍ଟ ଫ୍ଲୋର୍‌ରେ ନିଆଁ ଲାଗିଥିଲା ଏବଂ ଏହା ଦ୍ରୁତ ଗତିରେ କୋଠା ଭିତରକୁ ବ୍ୟାପିଯାଇଥିଲା। ସମଗ୍ର ପରିବେଶରେ ଧୂଆଁ ଭର୍ତ୍ତି ହୋଇଥିବା ବେଳେ ହୋଟେଲର ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇନଥିବାରୁ ଏତେ ସଂଖ୍ୟକ ମୃତ୍ୟୁ ଘଟିଲା ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *