ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ !
କ୍ଷତିପୂରଣ ଦାବିରେ ଦୀର୍ଘ ୧୨ ଘଣ୍ଟା ଧରି ବୌଦ୍ଧ ଜିଲ୍ଲା ୪୧ ନଂ ଜାତୀୟ ରାଜପଥ ଅବରୋଧ । ରାସ୍ତା ଉପରେ ବସି ରହିଛନ୍ତି ପରିବାର ଲୋକେ। ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ । ବୌଦ୍ଧ ଜିଲ୍ଲା ମନମୁଣ୍ଡାରୁ କଣ୍ଟାମାଳ ୪୧ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ବଡ଼କୁସଙ୍ଗ ଗ୍ରାମର ଦୟାନିଧି ରଣା । କ୍ଷତିପୂରଣ ଦାବିରେ ଦୀର୍ଘ ୧୨ ଘଣ୍ଟା ଧରି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକେ । ପଲସାଗୋରା ଅଞ୍ଚଳରୁ ସାଇକେଲ ସଜାଡ଼ି ଘରକୁ ଫେରୁଥିବା ବେଳେ ସୁଲିଆ ନିକଟରେ ଏକ ଅଜଣା ଗାଡି ଦୟାନିଧିଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ତୁରନ୍ତ ସେଠାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କଣ୍ଟାମାଳ ପୋଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି ।

