odisha

ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀଙ୍କ ଆଲୋଚନା

Spread the love

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ତଥା ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଭେଟି ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିଛନ୍ତି।ଏହି ବୈଠକରେ ଓଡ଼ିଶାର ଆଇଟିଆଇ ଗୁଡ଼ିକୁ ଅଧିକ ସୁଦୃଢ଼ କରିବା, ଆହୁରି ଅଧିକ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ସ୍ଥାପନ, ଦକ୍ଷତା ବିକାଶ ଶିକ୍ଷାର୍ଥୀଙ୍କ ପାଇଁ ବହୁଭାଷୀ ଦକ୍ଷତା ତାଲିମ କେନ୍ଦ୍ର, ଜନଜାତି ବହୁଳ ଅଞ୍ଚଳରେ ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ପିଏମ୍ ଜନମନ୍ ଯୋଜନାରେ ଆଇଟିଆଇକୁ ଅନ୍ତର୍ଭୁକ୍ତ କରିବା ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଏ ସବୁ ପ୍ରସ୍ତାବ ଉପରେ ସକାରାତ୍ମକ ମତାମତ ଦେଇ    ଖୁବ୍ ଶୀଘ୍ର ପ୍ରସ୍ତାବଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *