AIIMS ରେ ଏବେ ଅନଲାଇନରେ ଚିକିତ୍ସା ସେବା ପାଇବେ ରୋଗୀ !
ଦେଶର ସବୁଠୁ ନିର୍ଭରଯୋଗ୍ୟ ତଥା ଉନ୍ନତ ଚିକିତ୍ସା ବ୍ୟବସ୍ଥା କେଉଁଠି ମିଳେ ବୋଲି ଯଦି ପଚରାଯାଏ ତେବେ ସମସ୍ତଙ୍କ ମୁହଁରୁ ବାହାରିବ ଏମ୍ସ । ତେବେ ଦେଶରେ ଏମସ୍ ସଂଖ୍ୟା କମ୍ । ତେଣୁ ଏଠି ରୋଗୀଙ୍କ ଭିଡ଼ ଲାଗେ ପ୍ରଥମତଃ ଉନ୍ନତ ଚିକିତ୍ସା ଏବଂ ଦ୍ବିତୀୟରେ ଏହା ସରକାରୀ ହୋଇଥିବାରୁ ବିଶେଷ ଖର୍ଚ୍ଚ ପଡ଼େ ନାହିଁ । ହେଲେ ଭିଡ଼ ଏତେ ଯେ ଆପଣ ଏମ୍ସ ହସପିଟାଲରେ ରୋଗୀ ଦେଖାଇବା ଭାରି କଷ୍ଟକର ବ୍ୟାପାର ।
କଣ ଆପଣ ବି ଏମସରେ ଡାକ୍ତର ଦେଖାଇବାକୁ ଯାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ? ଏମ୍ସର ମେଡିକାଲ ଫିସ କେତେ ଆଉ କେମିତି ପଞ୍ଜୀକରଣ କରିବେ ଜାଣି ପାରୁ ନାହାନ୍ତି ? ଏସବୁ ସମସ୍ୟାର ସମାଧାନ ଏବେ ଚୁଟକିରେ ହୋଇଯିବ । କେମିତି ହେବ ବୋଲି ଭାବୁଛନ୍ତି କି ? ତେବେ ଚାଲନ୍ତୁ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ବତାଇ ଦେବୁ ।
ଦର୍ଶକବନ୍ଧୁ ଏମ୍ସ ହସ୍ପିଟାଲକୁ ସବୁ ରୋଗୀ ଯିବା ପାଇଁ ପସନ୍ଦ କରିଥାନ୍ତି କାରଣ ଏଠାରେ ସ୍ୱଳ୍ପ ମୂଲ୍ୟ ଏବଂ ଭଲ ଚିକିତ୍ସା ହୋଇଥାଏ । ଗରିବ ଠୁ ନେଇ ଧନୀ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏମ୍ସ ହସ୍ପିଟାଲର ସୁବିଧା ପାଇବାକୁ ଆଗ୍ରହୀ ଥିଲେ ମଧ୍ୟ ଏହାର ସ୍ବାସ୍ଥ୍ୟ ସେବା ପାଇବାରେ ହଇରାଣ ହୁଅନ୍ତି । କାରଣ ସେମାନେ କେଉଁଠିକୁ ଯାଇ ଟିକେଟ କାଟିବେ ଓ ଚିକିତ୍ସା ପାଇଁ ଆବଶ୍ୟକ ପରୀକ୍ଷା ଓ ପଦ୍ଧତିଟି ପାଇଁ କେଉଁଠିକୁ ଯିବେ ବାଟବଣା ହୋଇଯା’ନ୍ତି । ଏହା ପ୍ରାୟତଃ ଦୂର ଓ ଗ୍ରାମାଞ୍ଚଳରୁ ଆସିଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କ କ୍ଷେତ୍ରରେ ଦେଖା ଯାଇଥାଏ । ତେବେ ଆପଣମାନେ ଜାଣିଲେ ଖୁସି ହେବେ ଏମ୍ସରେ ଅନଲାଇନ୍ ଟିକେଟ ବୁକିଂ ବ୍ୟବସ୍ଥା ରହିଛି । ଯାହା ସାହାଯ୍ୟରେ ଆପଣଙ୍କୁ ଆଉ ହସ୍ପିଟାଲରେ ଲମ୍ବା ଧାଡ଼ିରେ ଠିଆ ହେବାର ଆବଶ୍ୟକତା ପଡ଼ିବନି । ଆପଣ ଘରେ ବସି ମଧ୍ୟ ପଞ୍ଜୀକରଣ କରି ପାରିବେ । ଆଉ ଆପଣ ନିଜ ସମୟ ମଧ୍ୟ ବଞ୍ଚାଇ ପାରିବେ ।
ତେବେ ବର୍ତ୍ତମାନ ଚାଲନ୍ତୁ ଜାଣିବା ଏମ୍ସ ହସ୍ପିଟାଲରେ ଆପଣ ପଞ୍ଜୀକରଣ ନମ୍ବର କିପରି କରିବେ ଓ ସୁବିଧାରେ ଚିକିତ୍ସା କିପରି ପାଇବେ ? ଦର୍ଶକ ବନ୍ଧୁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଅର୍ଥାତ ଏମ୍ସ ଏକ ସୁଲଭ ଏବଂ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ । ସାରା ଦେଶରେ ମୋଟ ୨୬ଟି ଏମ୍ସ ହସ୍ପିଟାଲ ଅଛି ଯେଉଁଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଚିକିତ୍ସା ପାଇଁ ଯାଆନ୍ତି । ଆମ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅତ୍ୟାଧୁନିକ ସୁବିଧା ସହ ଏମ୍ସ ବେଶ୍ ନାଁ କରିଛି ।
ଏମ୍ସ ହସ୍ପିଟାଲଗୁଡ଼ିକରେ ବହୁ ସଂଖ୍ୟକ ରୋଗୀଙ୍କ ଭିଡ଼ ଥାଏ । ଅନେକ ଲୋକ ଏମ୍ସରେ ଚିକିତ୍ସା କିପରି କରିବେ କିମ୍ବା ପଞ୍ଜୀକରଣ କିପରି କରିବେ ତାହା ମଧ୍ୟ ଜାଣି ନଥାନ୍ତି । ଏହି କାରଣରୁ, ଅନେକ ଲୋକ ଏମ୍ସରେ ଚିକିତ୍ସା ସେବାରୁ ବଞ୍ଚିତ ହୋଇଥାନ୍ତି । ସ୍ପଷ୍ଟ ଭାବରେ କହିବାକୁ ଗଲେ, ଦିନକୁ ଦିନ ବଢ଼ୁଥିବା ଭିଡ଼ ଯୋଗୁଁ ରୋଗୀଟିର ଚିକିତ୍ସା ସେବା ପାଇବାରେ ସମସ୍ୟା ଉପୁଜିଥାଏ, ତେଣୁ ଏଥିପ୍ରତି ଗରୁତ୍ବ ଦେଇ ଏମ୍ସ ଏକ ଅନଲାଇନ୍ ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ କରିଛି । ଯାହା ସାହାଯ୍ୟରେ ଲୋକମାନେ ଘରେ ବସି ପଞ୍ଜୀକରଣ କରିପାରିବେ ଏବଂ ହସ୍ପିଟାଲରେ ଲମ୍ବା ଧାଡ଼ିରେ ଠିଆ ହେବାର ଆବଶ୍ୟକତା ନାହିଁ । ଆସନ୍ତୁ ଜାଣିବା ଏମ୍ସରେ ଅନଲାଇନ ଟିକେଟ ବୁକିଂ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ ।
ରୋଗୀଙ୍କ ସୁବିଧା ପାଇଁ ଏମ୍ସ ଏହି ଓଆରଏସ ପୋର୍ଟାଲ୍ ତିଆରି କରିଛି । ଏଠାରେ ଆପଣ ସହଜରେ ପଞ୍ଜୀକରଣ କରି ପାରିବେ, ଡାକ୍ତରଙ୍କ ସହିତ ପରାମର୍ଶ ପ୍ରକ୍ରିୟା ମଧ୍ୟ ସ୍ଥିର କରି ପାରିବେ । ଆହୁରି ମଧ୍ୟ ଆପଣଙ୍କର ମେଡିକାଲ୍ ରେକର୍ଡ ମଧ୍ୟ ଦେଖି ପାରିବେ । ଏହି ସେବା ବିଶେଷ ଭାବରେ ସେମାନଙ୍କ ପାଇଁ ଲାଭଦାୟକ ଯେଉଁମାନେ ବାରମ୍ବାର ହସ୍ପିଟାଲକୁ ଆସିବାକୁ ଚାହାଁନ୍ତି ନାହିଁ ଏବଂ ସମଗ୍ର ପ୍ରକ୍ରିୟା ପୂର୍ବରୁ ନିଷ୍ପତ୍ତି ନେବାକୁ ଚାହାନ୍ତି । ସର୍ବପ୍ରଥମେ, ଆପଣଙ୍କୁ ଏହି ପୋର୍ଟାଲ୍ ମାଧ୍ୟମରେ ଏମ୍ସ ଓପିଡ଼ି ସେବାକୁ ବୁକ୍ କରିବାକୁ ପଡିବ ।
ଦର୍ଶକ ବନ୍ଧୁ ଏମ୍ସ ହସ୍ପିଟାଲରେ ଚାରି ପ୍ରକାରର ପଞ୍ଜୀକରଣ ସେବା ଅଛି, ଯାହାକୁ ଆପଣ ଅନଲାଇନ କିମ୍ବା ଅଫଲାଇନରେ ବୁକ୍ କରି ପାରିବେ । ପ୍ରଥମଟି ହେଉଛି ଓପିଡି ପଞ୍ଜୀକରଣ – ଏହା ସବୁଠାରୁ ସାଧାରଣ ପଦ୍ଧତି, ଯେତେବେଳେ ରୋଗୀମାନେ ଏକ ନୂତନ କିମ୍ବା ପୁରୁଣା ରୋଗ ପାଇଁ ଡାକ୍ତରଙ୍କୁ ଦେଖା କରିବାକୁ ଚାହାନ୍ତି । ଦ୍ୱିତୀୟଟି ହେଉଛି ସ୍ପେଶାଲିଟି କ୍ଲିନିକ୍ ସେବା – ଏଥିରେ, ରୋଗୀମାନେ ହୃଦରୋଗ, ନ୍ୟୁରୋଲୋଜି କିମ୍ବା କର୍କଟ ରୋଗ ସହିତ ଜଡିତ ଡାକ୍ତର ଭଳି ବିଶେଷଜ୍ଞ ଡାକ୍ତରଙ୍କୁ ଭେଟନ୍ତି । ତୃତୀୟରେ ଫଲୋ-ଅପ୍ ସେବା- ଯେଉଁ ରୋଗୀମାନେ ଏମ୍ସରେ ପୂର୍ବରୁ ଡାକ୍ତରଙ୍କୁ ଦେଖା କରି ସାରିଛନ୍ତି ସେମାନେ ଡାକ୍ତରୀ ପରୀକ୍ଷା କିମ୍ବା ଚିକିତ୍ସା ପ୍ରକ୍ରିୟା ଦେଖିବା ପାଇଁ ପୁଣି ଏହି ପଦ୍ଧତି ଲୋଡ଼ିଥାନ୍ତି । ଅନ୍ୟଟି ହେଲା ଜରୁରୀକାଳୀନ ସେବା – ଏହି ସେବା ତୁରନ୍ତ ଏବଂ ଆବଶ୍ୟକ ଚିକିତ୍ସା ପାଇଁ । ଜରୁରୀକାଳୀନ ସେବା ଅନଲାଇନରେ ବୁକ୍ କରାଯାଇ ପାରିବ ନାହିଁ । ଏଭଳି ପରିସ୍ଥିତିରେ, ରୋଗୀଙ୍କୁ ସିଧାସଳଖ ଜରୁରୀକାଳୀନ କେନ୍ଦ୍ରକୁ ଯିବାକୁ ପଡିବ, ଯେଉଁଠାରେ ତୁରନ୍ତ ଚିକିତ୍ସା ଉପଲବ୍ଧ ।

