ଦେଶ ବିଦେଶ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ପ୍ରକୃତିର ତାଣ୍ଡବ !

Spread the love

ଉତ୍ତରାଖଣ୍ଡର ଉତ୍ତରକାଶୀରେ ପ୍ରକୃତିର ତାଣ୍ଡବ । ପାହାଡିଆ ଅଞ୍ଚଳରେ ବାଦଲଫଟା ବର୍ଷା କାରଣରୁ ଭୂସ୍ଖଳନ ସହ ପାହାଡ଼ ଧସିଛି । ପାଣି ମାଡ଼ି ଆସିବା ଫଳରେ କିଛି ଲୋକେ ଭାସି ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ସୂଚନା ମିଳିବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଭାଟୱାଡିରୁ ଏସଡିଆରଏଫ ଦଳ ମଧ୍ୟ ଧରାଲି ଅଭିମୁଖେ ଯାଇଛି ।

ଗଙ୍ଗୋତ୍ରୀ ଧାମ ଓ ମୁଖୱା ନିକଟରେ ସ୍ଥିତ ଧରାଲି ଗାଁରେ ବାଦଲ ଫଟା ବର୍ଷା ପରେ ପାଣି ମାଡ଼ି ଆସିଛି । ପାଣି ଖୁବ୍ ଜୋରରେ ମାଡ଼ି ଆସିବାରୁ ତଳିଆ ଅଞ୍ଚଳକୁ ଭସାଇ ନେଇଛି । ଅନେକ ଘର ଏଥିରେ କ୍ଷତିଗ୍ରସ୍ତ ହେବା ସହ କିଛି ଲୋକେ ଭାସି ଯାଇଛନ୍ତି । ଘଟଣା ଉପରେ ନଜର ରଖାଯିବା ସହ ସତର୍କ ସୂଚନା ଜାରି କରାଯାଇଛି । ଏଯାଏଁ ଜୀବନହାନୀ ନେଇ କୌଣସି ସୂଚନା ମିଳିନାହିଁ । ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ଘଟଣାସ୍ଥଳରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଏନଡିଆରଏଫର ୩ଟି ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହାସହିତ ଆଇଟିବିପିର ଟିମ ମଧ୍ୟ ପହଞ୍ଚିଛନ୍ତି । ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେ ଲେଖିଛନ୍ତି, ଧରାଲି (ଉତ୍ତରକାଶୀ) ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ହୋଇଥିବା ପ୍ରବଳ କ୍ଷୟକ୍ଷତିର ଖବର ଅତ୍ୟନ୍ତ ଦୁଃଖଦ ଏବଂ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *