ସ୍ୱାସ୍ଥ୍ୟ

ମୁହଁରେ କଳା ଦାଗ ହେଉଛି କି?

Spread the love

ସୁନ୍ଦର ଦିଶିବାକୁ କିଏ ବା ନଚାହେଁ । ସେ ତେଣିକି ମହିଳା ହୋଇଥାଆନ୍ତୁ ବା ପୁରୁଷ । ସମସ୍ତେ ତ୍ବଚାକୁ ନେଇ ସତର୍କ ଥାଆନ୍ତି । କାହିଁକି ନା ତ୍ବଚା ଉପରେ ହିଁ ସମସ୍ତଙ୍କର ନଜର ପ୍ରଥମେ ପଡିଥାଏ । ସେଥିପାଇଁ ବିଭିନ୍ନ ପ୍ରଡକ୍ଟ କିଣି ବ୍ଯବହାର କରିଥାନ୍ତି । ଏହାସହ ପାର୍ଲରରେ ଫେସିଆଲ୍,ବ୍ଳିଚ୍ ସମେତ ନାନା ପ୍ରକାର ଟ୍ରିଟମେଣ୍ଟ କରି ଅନେକ ଟଙ୍କା ଖର୍ଚ୍ଚ କରିଥାଆନ୍ତି ।

କିନ୍ତୁ ଆଜିକାଲିର ଜୀବନଶୈଳୀର ପରିବର୍ତ୍ତନ ଯୋଗୁଁ ତ୍ବଚାରେ ବ୍ରଣ, କଳା ଦାଗ ଆଦି ହେବାର ଆଶଙ୍କା ବଢୁଛି । ବ୍ରଣ କିମ୍ବା କୌଣସି ଇନଫେକସନ୍ ହେବା ଦ୍ବାରା ମୁହଁରେ କଳା ଦାଗ ଦେଖାଦେଇଥାଏ । ଯାହା ତ୍ବଚାର ଚମକକୁ ନିମିଷକ ମାତ୍ରେ ଖରାପ କରିଦେଇଥାଏ । ଯାହା ପରବତ୍ତୀ ସମୟରେ ଚିନ୍ତାର କାରଣ ପାଲଟିଯାଇଥାଏ । କମ୍ ଟଙ୍କାରେ ଘରୋଇ ଉପଚାର ମାଧ୍ୟମରେ ଆପଣମାନେ ଏହି ସବୁ ତ୍ବଚା ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ । ଆମେ ନିତିଦିନିଆ ଜୀବନରେ ଖାଉଥିବା ଏକ ପରିବା ଏହି ସମସ୍ୟାଠାରୁ ରକ୍ଷା କରିବ । ତେବେ ଆସନ୍ତୁ ସେହି ପରିବା ଏବଂ ତା’ର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା ।

ସେହି ଲାଭକାରୀ ପରିବାଟି ହେଉଛି ଟମାଟୋ ଅର୍ଥାତ୍ ବିଲାତି । ଯାହା ଆପଣଙ୍କ ଘରେ ସହଜରେ ମିଳିଯିବ । ତେଣୁ ବ୍ଯସ୍ତ ହେବାର ଦରକାର ନାହିଁ ଏହି ଘରୋଇ ଉପଚାରକୁ ଉପଯୋଗ କରି ନିଜର ତ୍ବଚାକୁ ସୁରକ୍ଷିତ ରଖିପାରିବେ । ଯଦି ଆପଣଙ୍କ ମୁହଁରେ କୌଣସି କଳା କିମ୍ବା ନାଲି ଦାଗ ହୋଇଛି ତେବେ ଆପଣ ଟମାଟୋ ଲଗାଇ ଏହି ଦାଗକୁ ଦୂର କରିପାରିବେ । ଟମାଟୋରେ ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହ ଏକ ଚମକ ଆଣିବାରେ ସାହାର୍ଯ୍ୟ କରିବ । ଏହା ସହିତ ଆପଣଙ୍କ ମୁହଁର ରଙ୍ଗକୁ ମଧ୍ୟ ସଫା କରିଦେବ । ତେବେ ଆସନ୍ତୁ କିପରି ଟମାଟୋକୁ ମୁହଁରେ ବ୍ୟବହାର କରିବା ସେ ବିଷୟରେ ଜାଣିବା ।

ପ୍ରଥମେ ଟମାଟୋକୁ ଛୋଟ ଛୋଟ ଖଣ୍ଡରେ କାଟି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ତ୍ବଚାରେ ହୋଇଥିବା ଦାଗ ଉପରେ ଲଗାନ୍ତୁ। ଏହାର କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ସହିତ ଆପଣ ଟମାଟୋ ଜୁସ୍‌କୁ ମଧ୍ୟ ମୁହଁରେ ମାସ୍କ ଭାବେ ଲଗାଇ ପାରିବେ ।

ଏହା ବ୍ୟତୀତ ଟମାଟୋ ସହ ମହୁକୁ ମିଶାଇ ମଧ୍ୟ ତ୍ବଚାରେ ବ୍ଯବହାର କରିପାରିବେ । ମହୁରେ ଆଣ୍ଟି ଅକ୍ସିଡାଣ୍ଟ୍‌ ଏବଂ ଆଣ୍ଟି ଇମ୍ପ୍ଲିମେଣ୍ଟାରି ଗୁଣ ରହିଛି । ଯାହା ଚେହେରାରେ ଥିବା ନାଲି ଦାଗକୁ ଦୂର କରିବା ପାଇଁ ସାହାଯ୍ୟ କରିବ। ତେଣୁ ଅଧା କପ୍‌ ଟମାଟୋ ରସରେ ତିନି ଚାମଚ ମହୁ ମିଶାନ୍ତୁ ଏବଂ ଦାଗ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ । ଏହାର ୧୫ରୁ ୨୦ ମିନିଟ୍‌ ପରେ ଭଲ ଭାବେ ଏହାକୁ ଧୋଇ ଦିଅନ୍ତୁ। ଏହିପରି ପ୍ରତିଦିନ କଲେ, ଆପଣଙ୍କ ମୁହଁରେ ଦାଗଜନିତ ସମସ୍ୟା ଦୂର ହୋଇଯିବ । ଟମାଟୋ ରସରେ  ଲେମ୍ବୁ ରସ ମିଶାଇ ଲଗାଇବା ଦ୍ବାରା ତ୍ବଚାରେ ଚମକ ଆଣିଥାଏ ।

ଯଦି ଏହି ସବୁ ସମସ୍ୟା ଦେଖାଦେଉଛି ଏହି ଟିପ୍ସକୁ ଫଲୋ କରନ୍ତୁ । ଯାହା ଆପଣଙ୍କ ତ୍ବଚା ଉପରେ ସକରାତ୍ମକ ପ୍ରଭାବ ପକାଇବ ।

Leave a Reply

Your email address will not be published. Required fields are marked *