ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରେ ଫସିଲେ ପର୍ଯ୍ୟଟକ
ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରେ ଫସିଲେ ପର୍ଯ୍ୟଟକ। ପାଇକମାଳ ସ୍ଥିତ ଗନ୍ଧମାର୍ଦ୍ଦନରେ୧୭ଜଣ ପର୍ଯ୍ୟଟକ ଫସିଥିବାର ସୂଚନା ମିଳିଛି। ସାରା ରାତି ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିଲା । ରାତି ୩ଟାରେ ବର୍ଷା କମିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ପୋଲିସ, ଅଗ୍ନିଶମବାହିନୀ ଓ ଫରେଷ୍ଟ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି । ଏପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଠାବ କରାଯାଇନାହିଁ । ଗତକାଲି ଛତିଶଗଡର କିଛି ପର୍ଯ୍ୟଟକ ଗନ୍ଧମାର୍ଦ୍ଦନ ପାହାଡ ବୁଲିବାକୁ ଯାଇଥିଲେ । ପ୍ରବଳ ବର୍ଷା ଯୋଗୁ ପାହାଡରେ ଫସିଥିଲେ ।

