ବର୍ଷା ପାଇଁ ୩ ଘଣ୍ଟା ୧୨ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ତାମିଲନାଡୁରେ ବାତ୍ୟାର ପ୍ରଭାବ ଦେଖାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ସକାଳୁ ସକାଳୁ ହାଲୁକା ବର୍ଷା ହେଉଛି। ଶୁକ୍ରବାର ସକାଳୁ ଓଡିଶାର କିଛି ଜିଲାରେ ଆକାଶ ମେଘାଚ୍ଛନ୍ନ ରହିଛି। ଶନିବାର ତାମିଲନାଡୁ-ଆନ୍ଧ୍ର ମଝିରେ ବାତ୍ୟା ‘ଫେଙ୍ଗାଲ’ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ମିଳିଛି । ବର୍ଷା ନେଇ ୧୨ ଜିଲାକୁ ଶୁକ୍ରବାର ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଗାମୀ ୩ ଘଣ୍ଟା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲା ଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଜପତି, ଗଞ୍ଜାମ ।
