ନବରଙ୍ଗପୁର ସାଂସ୍କୃତିକ ଲୋକ ମହୋତ୍ସବ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ
ଆସନ୍ତା ଡିସେମ୍ବର ୬ରୁ ୧୦ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ର ‘ମଣ୍ଡେଇ’ ରେ ସାଂସ୍କୃତିକ ଲୋକ ମହୋତ୍ସବ ସମାରୋହରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି। ଗୁରୁବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟରେ ଭେଟି ଅନୁରୋଧପତ୍ର ପ୍ରଦାନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଆସନ୍ତା ୮ ତାରିଖ ‘ମଣ୍ଡେଇ’ର ଉଦଯାପନୀ ଉତ୍ସବରେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଥିବା ଜଣାପଡିଛି। ପୂର୍ବରୁ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉଦଯାପନୀ ଦିବସରେ ଯୋଗଦେବାକୁ ସମ୍ମତି ପ୍ରକାଶ କରିଛନ୍ତି।ଉଦ୍ଘାଟନ ଉତ୍ସବ ୬ ତାରିଖରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେବେ। ସେହିପରି ୭ ତାରିଖରେ ରାଜ୍ୟ ଉଚ୍ଚଶିକ୍ଷ।, କ୍ରିଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେବେ ବୋଲି ଜଣାପଡିଛି।
