ଦେଶ ବିଦେଶ

ହୁ’(WHO)ରୁ ଓହରିଲା ଆମେରିକା

Spread the love

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ରୁ ଆମେରିକାର ସଦସ୍ୟତା ଶେଷ କରିବାକୁ ଘୋଷଣା ସହ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ୨୦୨୪ ଆମେରିକାର ବିଶ୍ବ ସ୍ବାସ୍ଥ୍ୟ ରଣନୀତିର ସମୀକ୍ଷା କରାଯିବା ଏବଂ ଏଥିରେ ବଡ଼ ପରିବର୍ତ୍ତନ ଅଣାଯିବ ବୋଲି ଟ୍ରମ୍ପ କହିଛନ୍ତି।  ହୁ’ରୁ ଓହରିବା ସଂକ୍ରାନ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିବା ଅବସରରେ ସେ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆମକୁ ଠକୁଛି ଓ ଲୁଟୁଛି। ଆମେରିକାର ସଦସ୍ୟତା ସମାପ୍ତ କରିବାର ଏହି ଧାରଣା ଅପ୍ରତ୍ୟାଶିତ ନୁହେଁ, କାରଣ ଏହା ୨୦୨୦ରୁ ଆସିଛି  ଏବଂ କୋଭିଡ୍-୧୯ ମହାମାରୀ ସମୟରେ ସେ ହୁ’କୁ ବାରମ୍ବାର ସମାଲୋଚନା କରିଥିଲେ। ‘ଚୀନ୍‌ର ମାଲିକାନା ଓ ନିୟନ୍ତ୍ରଣ’ ପାଇଁ ହୁ’ ମନ୍ଥର ଗତିରେ ଚୀନ୍‌ର ଇଶାରାରେ କାର୍ଯ୍ୟ କରୁଛି ବୋଲି ଟ୍ରମ୍ପ କହିଥିଲେ।୧୯୪୮ ମସିହାରୁ ସ୍ବାସ୍ଥ୍ୟ ସଂଗଠନରେ ଆମେରିକାର ପ୍ରମୁଖ ଆର୍ଥିକ ଯୋଗଦାନ ରହିଥିବାରୁ ଏହି ନିଷ୍ପତ୍ତିର ପରିଣାମ ଗୁରୁତ୍ୱପୂର୍ଣ୍ଣ।ଆମେରିକାର ପ୍ରତ୍ୟାହାର ଯୋଗୁ ହୁ’ କେବଳ ନିଜର ସବୁଠାରୁ ବଡ଼ ଦାତାଙ୍କୁ ହରାଇବ ନାହିଁ, ଆମେରିକୀୟମାନେ ବି ସ୍ୱାସ୍ଥ୍ୟ ଏଜେନ୍ସିଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନାରୁ ବଞ୍ଚିତ ‌ହେବେ। ଆମେରିକା ଏହି ସଂଗଠନରୁ ଓହରିଯିବାକୁ ଚାହୁଥିବା ଘୋଷଣା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦୁଃଖପ୍ରକାଶ କରିଛି। ହୁ କହିଛି, ଆମେ ଆଶା କରୁଛୁ, ଆମେରିକା ନିଷ୍ପତ୍ତିର ପୁନର୍ବିଚାର କରିବ ଏବଂ ଆମେ ସମଗ୍ର ବିଶ୍ୱର କୋଟି କୋଟି ଲୋକଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ତଥା ଆମେରିକା ଓ ହୁ ମଧ୍ୟରେ ଭାଗୀଦାରି ବଜାୟ ରଖିବା ପାଇଁ ଗଠନମୂଳକ ଆଲୋଚନା କରିବାକୁ ଆଗ୍ରହୀ।

Leave a Reply

Your email address will not be published. Required fields are marked *