ସୋସିଆଲ୍ ମିଡିଆକୁ ଅସ୍ତ୍ର କରିଛନ୍ତି ଆତଙ୍କୀ ସଂଗଠନ , ଭାରତ ବିରୋଧୀ କାର୍ଯ୍ୟକଳାପ ୨୨ ଗୁଣ ବୃଦ୍ଧି
ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବା ଏବଂ ଭାରତ ବିରୋଧୀ ବାତାବରଣ ସୃଷ୍ଟି ପାଇଁ ବହୁତ ବଡ଼ ଷଡ଼୍ଯନ୍ତ୍ର ସାମ୍ନାକୁ ଆସିଛି। ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରସ୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ପ୍ରବଳ ମାତ୍ରାରେ ସକ୍ରିୟ ହୋଇଉଠିଛନ୍ତି। ଗତ ଏକ ମାସ ମଧ୍ୟରେ ସେମାନଙ୍କର ସୋସିଆଲ ମିଡିଆ କାର୍ଯ୍ୟକଳାପ ଆଶ୍ଚର୍ଯ୍ୟଜନକ ଭାବେ ୨୨ ଗୁଣ ବୃଦ୍ଧି ପାଇଛି ବୋଲି ଭାରତୀୟ ସୁରକ୍ଷା ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି। ସମଗ୍ର ଉପତ୍ୟକାରେ ପୁଣି ଥରେ ଭାରତ ବିରୋଧୀ ଲହର ପାଇଁ ଆତଙ୍କବାଦୀଙ୍କ ଏହି ରଣନୀତି ପଛରେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ବଡ଼ ଭୂମିକା ରହିଛି। ଆତଙ୍କବାଦୀ ସଂଗଠନଗୁଡ଼ିକ ଫେସ୍ବୁକ୍, ଏକ୍ସ, ଟେଲିଗ୍ରାମ୍, ଡାର୍କ ୱେବ୍ ଆଦି ପ୍ଲାଟଫର୍ମରେ ଅହରହ ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛନ୍ତି।
