ଜମ୍ମୁ-କାଶ୍ମୀରର କୁପୱାଡାରେ ଭୀଷଣ ଅଗ୍ନିକାଣ୍ଡ
ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଗତ ରାତିରେ ଜିଲ୍ଲାର ଭ୍ରମଡୋରୀ ଅଞ୍ଚଳରେ ଏକ ଗ୍ରୋସରୀ ଦୋକାନରେ ଭୟଙ୍କର ନିଆଁ ଲାଗିଯାଇଥିଲା । ନିଆଁର ଭୟାବହତା ଏତେ ଥିଲା ଯେ ଆଖପାଖରେ ଥିବା ଘରଗୁଡ଼ିକୁ ଏହା ବ୍ୟାପି ଯାଇଥିଲା ।
ଖବର ପାଇ ଭାରତୀୟ ସେନାର କୁପୱାଡ଼ା ୟୁନିଟ୍ (୪୧ ଆରଆର୍) ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ନିବାସୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ନିଆଁ ଲାଗିବା କାରଣରୁ ୪ ଆବାସିକ ଏବଂ ୩ ଦୋକାନ ଘର ଜଳି ଛାରଖାର ହୋଇଯାଇଛି । ରାତି ପ୍ରାୟ ୧୦ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବାହିନୀ, ପୋଲିସ, ସ୍ଥାନୀୟ ଲୋକ ଏବଂ ସେନା ମିଳିତ ଭାବରେ ରାତି ପାଖାପାଖି ୨ଟା ୩୦ ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରି ନେଇଥିଲେ ।

