ଦେଶ ବିଦେଶ

ଗୌରୁକୁଣ୍ଡରେ ଭୁସ୍ଖଳନ ବେଳେ ନିଖୋଜ ୨୦ ଜଣ: ଏବେବି କୌଣସି ପତ୍ତା ମିଳିନାହିଁ

Spread the love

ଉତ୍ତରାଖଣ୍ଡ ଗୌରୁକୁଣ୍ଡରେ ଭୁସ୍ଖଳନ ବେଳେ ନିଖୋଜ ୨୦ ଜଣଙ୍କ ଏବେବି କୌଣସି ପତ୍ତା ମିଳିନାହିଁ । ଉଦ୍ଧାରକାରୀ ଦଳ ଖୋଜାଖୋଜି ଜାରି ରଖିଛନ୍ତି । କେଦାରନାଥ ଯାଉଥିବା ବେଳେ ଗୌରୀକୁଣ୍ଡରେ ବନ୍ୟା ଆସିବା ପରେ ଅଚାନକ ଭୂସ୍ଖଳନ ଯୋଗୁଁ ୨୦ ଜଣ ଭାସି ଯାଇଥିଲେ । ଲଗାଣ ବର୍ଷା ଓ ପାହାଡରୁ ପଥର ଖସିବା କାରଣରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଛି । ଡ୍ରୋନ ସାହାଯ୍ୟରେ ନିଖୋଜ ଲୋକଙ୍କୁ ଖୋଜା ଚାଲିଛି ବୋଲି କହିଛି ପ୍ରଶାସନ ।

ଗତ ଗୁରୁବାର ଓ ଶୁକ୍ରବାର ମଧ୍ୟରାତ୍ରି ୧୨ଟା ବେଳେ ଭୂସ୍ଖଳନ ହୋଇଥିଲା । ଏଥିଯୋଗୁଁ ମନ୍ଦାକିନି ନଦୀ ଉପରେ ଥିବା ୩ଟି ଦୋକାନ ବୋହି ଯାଇଥିଲା । ଦୋକାନର ଭଗ୍ନାବଶେଷରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ହେଲେ ଏବେ ସୁଦ୍ଧା ୨୦ ଜଣଙ୍କ କୌଣସି ପତ୍ତା ମିଳୁନାହିଁ ।

ନିଖୋଜଙ୍କ ମଧ୍ୟରେ ଅଧିକାଂଶ ନେପାଳର ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *