ଦେଶ ବିଦେଶ

ଯୁଦ୍ଧର ଭୟଙ୍କର ଦୃଶ୍ୟ, ଚାରିଆଡ଼େ ଜଳୁଛି ନିଆଁ

Spread the love

ଲେବାନନରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନକୁ ମୂଳପୋଛ କରିବା ଲାଗି ଇସ୍ରାଏଲ ଆକ୍ରମଣକୁ ଜୋରଦାର କରିଛି। ଗୁରୁବାର ରାତିରେ ହେଜବୋଲ୍ଲା ସଂଗଠନର ଆଡ୍ଡାସ୍ଥଳୀ ଉପରେ ବହୁ ସଂଖ୍ୟାରେ ରକେଟ ମାଡ଼ କରିଛି। ଏହାର ଭିଡିଓ ଏମେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

ଇସ୍ରାଏଲ ପ୍ରତିରକ୍ଷା ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ଲେବାନନରେ ଥିବା ହେଜବୋଲ୍ଲାର ୩୦ଟି ଲଞ୍ଚର, ୧୫୦ ଆଡ୍ଡା, ସାମରିକ ଭିତ୍ତିଭୂମି, କୋଠା ଏବଂ ଯୁଦ୍ଧାସ୍ତ୍ର ଗଚ୍ଛିତ ଭଣ୍ଡାରକୁ ଧ୍ବଂସ କରିଦିଆଯାଇଛି। ଯୁଦ୍ଧର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଇସ୍ରାଏଲ କରିଥିବା ଆକ୍ରମଣ ଅଞ୍ଚଳରେ ଚାରିଆଡ଼େ ନିଆଁ ଦେଖିବାକୁ ମିଳିଛି।

 

Leave a Reply

Your email address will not be published. Required fields are marked *