ଦେଶ ବିଦେଶ

ପ୍ରବାସୀଙ୍କୁ ନେଇ ସ୍ପେନ ଯାଉଥିବା ଡଙ୍ଗା ବୁଡିଲା

Spread the love

ସ୍ପେନ ଯାଉଥିବା ଡଙ୍ଗା ମରକ୍କୋ ନିକଟରେ ସମୁଦ୍ରରେ ବୁଡି ଯାଇଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକ ପାକିସ୍ତାନୀ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ବୁଡିଥିବା ଅନୁମାନ କରାଯାଉଛି । ପାକିସ୍ତାନ ଅଧିକାରୀମାନେ ଗତ ଗୁରୁବାର ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।

ଖବର ମୁତାବକ, ଡଙ୍ଗାରେ ବସିଥିବା ଲୋକମାନେ ସ୍ପେନ୍ ଯିବାକୁ ଚେଷ୍ଟା କରୁଥିଲେ । ଏହି ଡଙ୍ଗାରେ ୮୦ରୁ ଅଧିକ ପ୍ରବାସୀ ବସିଥିଲେ । ଏହି ଡଙ୍ଗାଟି ମରକ୍କୋ ନିକଟରେ ପହଞ୍ଚିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଅତି କମରେ ୫୦ ଜଣଙ୍କର ବୁଡ଼ି ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରୁ ୪୦ ରୁ ଅଧିକ ପାକିସ୍ତାନୀ ନାଗରିକ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *