ଦେଶ ବିଦେଶ

ହେବ କି ଯୁଦ୍ଧ ?ଫିରୋଜପୁରରେ ହେଲା ବ୍ଲାକ୍ ଆଉଟ୍ ଅଭ୍ୟାସ…

Spread the love

କେତେବେଳେ କିଛି ବି ହୋଇପାରେ। ଯଦି, ଯୁଦ୍ଧ ହୁଏ ତାହେଲେ ରାତିର ଅନ୍ଧାରରେ କେମିତି ଅପରେସନ୍ ହେବ ? ଲୋକେ ନିଜ କାମ କେମିତି କରିବେ ? ଜରୁରୀ ସେବା କେମିତି ହେବ ସେ ସବୁର ଡ୍ରିଲ୍ ହୋଇଛି।

ପଞ୍ଜାବ ଫିରୋଜପୁରରେ ବ୍ଲାକ୍ ଆଉଟ୍ ଅଭ୍ୟାସ। ପହଲଗାମ୍ ହମଲା ପରେ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଛି। କେତେବେଳେ କିଛି ବି ହୋଇପାରେ। ଯଦି, ଯୁଦ୍ଧ ହୁଏ ତାହେଲେ ରାତିର ଅନ୍ଧାରରେ କେମିତି ଅପରେସନ୍ ହେବ ? ଲୋକେ ନିଜ କାମ କେମିତି କରିବେ ? ଜରୁରୀ ସେବା କେମିତି ହେବ ସେ ସବୁର ଡ୍ରିଲ୍ ହୋଇଛି।

ଗତକାଲି ପଞ୍ଜାବ ଫିରୋଜପୁର ଯାହା ପାକିସ୍ତାନ ସୀମାର ବେଶ୍ ନିକଟବର୍ତ୍ତୀ ସେଠି, ରାତି ୯ଟାରୁ ସାଢ଼େ ୯ଟା ରାତି ଯାଏଁ ଅନ୍ଧାର କରାଯାଇଥିଲା। ସମ୍ପୂର୍ଣ୍ଣ ସହରର ଲାଇଟ୍ ବନ୍ଦ କରି ସମରାଭ୍ୟାସ ହୋଇଛି। ଫୋର୍ସ ମୁତୟନ ସହ ସବୁ ଜରୁରୀକାଳୀନ କାମ ହୋଇଛି। ୧୯୭୧ ଭାରତ-ପାକିସ୍ତାନ ବେଳେ ଅନ୍ଧାର ହୋଇଥିଲା ଫିରୋଜପୁର ସହର।

ପହଲଗାମ ଆତଙ୍କୀ ଆକ୍ରମଣ ପରେ LOCରେ ସୀମା ସେପଟୁ ଲଗାତାର ଗୁଳିମାଡ଼ କରୁଛି ପାକିସ୍ତାନ । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର ଜବାବ ଦେଉଛି ଭାରତୀୟ ସେନା । ଜମ୍ମୁ କଶ୍ମୀରର କୁପୱାରା, ବାରମୁଲା, ପୁଞ୍ଚ, ରଜୌରୀ, ମେନ୍ଧାର, ନୌସେରା, ସୁନ୍ଦରବନୀ ଓ ଅଖନୁର ସେକ୍ଟରକୁ ଟାର୍ଗେଟ କରି ଗୁଳି ମାଡ଼ କରୁଛି ପାକିସ୍ତାନ । ଲଗାତାର ୧୧ ଦିନ ହେଲା ସୀମା ସେପାଖରୁ ପାକିସ୍ତାନ ପକ୍ଷରୁ ଗୁଳିମାଡ଼ ଜାରି ରହିଛି । ପାକ ସେନାକୁ ଦୃଢ ଜବାବ ଦେଉଛି ଭାରତୀୟ ସେନା ।

ଏପଟେ ଭାରତ-ପାକ୍‌ ଉତ୍ତେଜନାକୁ ନେଇ ଆଜି ଜାତିସଂଘର ଗୁରୁତ୍ବପୂର୍ଣ୍ଣ ମିଟିଂ ବସିବ । ବୈଠକରେ ପକ୍ଷ ରଖିବେ ଉଭୟ ଭାରତ ଓ ପାକିସ୍ତାନ ।

Leave a Reply

Your email address will not be published. Required fields are marked *