ଆଜିର ରାଶିଫଳ…
ମେଷ-ଅଶ୍ୱନୀ- ମାନସିକ ସ୍ଥିତି ସାମାନ୍ୟ ବ୍ୟତିକ୍ରମ ଥାଇ ସୁଦ୍ଧା କର୍ମକ୍ଷେତ୍ରରେ ଅପ୍ରତିଦ୍ୱନ୍ଦ୍ୱୀ ରହିବେ । ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିପାରନ୍ତି । ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ଦ୍ୱିଜା- ଅଫିସ୍ କାମରେ କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ସାମାଜିକ ଜୀବନ ଉନ୍ନତତର ରହିବ । ପଦ ମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସଜ୍ଜନମାନଙ୍କ ସଙ୍ଗ ଲାଭକରି ସାମୟିକ ଖୁସୀ ରହିବେ । କୃତିକା- ନିଜ ପରିସରରେ ଘଟିଯାଉଥିବା ଘଟଣାରେ ମୁଣ୍ଡ ପୂରାନ୍ତୁ ନାହିଁ । ନିର୍ମାଣାଧୀନ କାମ ଓ ଜମିଜମା ବିବାଦୀୟ ପରିସ୍ଥିତି ସ୍ଥଗିତ ରହିଯିବ।
ପ୍ରତିକାର – ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
ବୃଷ-କୃତିକା- ଶରୀର ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ପରିବାରରେ ଖର୍ଚ୍ଚ ପରିମାଣ ଦିଗୁଣା ହେବା । କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ ।ରୋହିଣୀ- ଅଫିସ୍ କାର୍ୟ୍ୟରେ ବେଶି ବ୍ୟସ୍ତ ରହି ଘର ପାଇଁ ରହିଥିବା ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେଇପାରନ୍ତି। ରାଜନୀତିରେ ଜନସେବା ପ୍ରତି ମନ ବଳିବ ମୃଗଶିରା- ନୂତନ ଘର, ଗାଡ଼ି କିମ୍ବା କିଛି ଯାନ୍ତ୍ରିକ ଜିନିଷ କିଣିପାରନ୍ତି। ଜୀବନରେ ନୁଆ କିଛି ଶିଖିବାର ସଙ୍କେତ ପାଇ ପାରନ୍ତି
ପ୍ରତିକାର – କୈାଣସି ଧର୍ମାନୁଷ୍ଠାନରେ କିଛି ଚାଉଳ ଦାନ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
ମିଥୁନ-ମୃଗଶିରା- ଦେହ ପିଡାରୁ ମୁକ୍ତ ରହିବେ । କାର୍ଯ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ , ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ । ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ । ଆଦ୍ରା- ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ଯଦି ଆପଣ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇଁ ଆବେଦନ କରି ସେଥିରେ ନିଶ୍ଚିନ୍ତ ଭାବରେ ସଫଳତା ପାଇବେ । ପୁନର୍ବସୁ- ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ରାଜନିତିରେ କିଛି ବିଶେଃଷ କଥା ଆଲୋଚନା କରିବେ । ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ସଂମ୍ପର୍କ ବୃଦ୍ଧି ହେବ । କୋର୍ଟ ମାମଲାରେ ଲାଭ ହେବ ।
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
କର୍କଟ-ପୁନର୍ବସୁ- କର୍ମକ୍ଷେତ୍ରରେ ସହକର୍ମୀଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହୋଇଯିବେ। ବନ୍ଧୁ ଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ବ୍ୟବସାୟ ଓ ପରିବହନରେ ଅବଶ୍ୟ ବିଶେଷ କିଛି ଅସୁବିଧା ହେବନାହିଁ ପୁଷ୍ୟା- ସହକର୍ମୀଙ୍କ ସହ ଆଳାପ ଆଲୋଚନା ମଧ୍ୟରେ ସମୟ ଅତିବାହିତ ହେବ। ଅଫିସରେ ଥିବା ସମୟରେ ହଠାତ୍ କାୈଣସି ଖବର ପାଇ ଚକିତ ହେବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ବାଞିତ ଅଭିଳାଷ ପୂରଣ ହେବ ।ଅଶ୍ଲେଷା- ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ। ଅତି ଭଲ ପାଉଥିବା ବ୍ୟକ୍ତିଟି ପ୍ରତି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ଅସୁବିଧାରେ ପଡ଼ି ଅର୍ଥ ନେଇଥିବା ଲୋକଟି ଟଙ୍କା ଦେବାରେ ଡେରି କରିବ ।
ପ୍ରତିକାର – ସକାଳୁ ପଶୁ- ପକ୍ଷୀ ମାନଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨
ସିଂହ-ମଘା- ଉଦର ରୋଗରେ ଆକ୍ରାନ୍ତ ହେବେ । ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ । ଘରୋଇ ଚାକିରିଆଙ୍କୁ ନୂଆ ପକଳ୍ପ ମିଳିବ । ବେପାର ବୃତିରୁ ସଫଳତା ହାସଲ କରିବେ ।ପୂ- ଫାଲ୍ଗୁନୀ- ଦାମ୍ପତ୍ୟ ଜୀବନ ସାମଞସ୍ୟ ବଜାୟ ରହିବ। ଛାତ୍ରଛାତ୍ରି ମାନେ ପଢା ପଢିରେ ନିରନ୍ତର ମନ ଦେବେ । ଶିକ୍ଷାର୍ଥୀ ପଢାରେ କୃତକାର୍ଯ୍ୟ କରିବେ । ଫିଲ୍ମ ଉଦ୍ୟୋଗି କ୍ଷେତ୍ରରେ ଥିବା ଭଲ ସୁଯୋଗ ମିଳିବ ।ଉ- ଫାଲ୍ଗୁନୀ- ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ । ସମ୍ପତି କିଣିବାର ଯୋଗ ରହିଛି । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ।
ପ୍ରତିକାର – ଶ୍ରୀ ରାମଙ୍କୁ ପୂଜା କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧
କନ୍ୟା-ଉ,ଫଳଗୁନି- କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ମନରେ ଅସ୍ଥିରତା ଲାଗି ରହିଲେ ମଧ୍ୟ କିଛି ଆଶା ନେଇ କାମ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।ହସ୍ତା- ସଫଳତାର ଅଭାବ ଓ ସଂଘର୍ଷମୟ ସ୍ଥିତି ହେତୁ ଅଧିକାଂଶ ସମୟ ତର୍କବିବାଦରେ ଅତିବାହିତ ହେବ। କୌଣସି କ୍ଷେତ୍ରରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍ ହେବ ନାହିଁ।ଚିତ୍ରା- ଯାନବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବା ପାଇଁ ମନ ବଳାଇପାରନ୍ତି। କିଛି ନୂତନ ତଥ୍ୟ ଓ ଅନୁସନ୍ଧାନ କ୍ଷେତ୍ରରେ ପ୍ରେରଣା ଦେଇ ପ୍ରଶଂସିତ ହେବେ। ।
ପ୍ରତିକାର – ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
ତୁଳା-ଚିତ୍ରା- ଅଫିସରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ । କୈାଣସି ଉନ୍ନତି ମୂଳକ କାର୍ଯ୍ୟ ସକାଶେ ମୋଟା ଅଙ୍କର ଅର୍ଥ ଦରକାର ପଡିବ ସ୍ୱାତୀ- ରାଜନିତିରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଆଶା ଅଭିଳାଷା ପୂରଣ ହୋଇପାରେ । ବିଶାଖା- ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ମହିଳା ମାନେ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ । ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଚଉଳା ମୂଳେ ପାଣି ଢାଳି ଦିନ ଆରମ୍ଭ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
ବିଛା-ବିଶାଖା- ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଏକପ୍ରକାର ଭଲ ରହିବ। ଘରଲୋକଙ୍କୁ ଅବିଶ୍ୱାସ କରିବା ସଙ୍ଗକୁ ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ବାଣିଜ୍ୟ- ବ୍ୟବସାୟରେ ସାମାନ୍ୟ ପରିଶ୍ରମ କରିବାକୁ ପଡିବ ।ଅନୁରାଧା- ଯେତିକି ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ବିରୋଧାତ୍ମକ କଥା ଶୁଣି କୌଣସି ମନ୍ତବ୍ୟ ଦେବା କାରଣରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ଜ୍ୟେଷ୍ଠା- କଚେରି ମାମଲା, ଘରୋଇ ଟେନ୍ସନ ଦୂର ହେବ । ଅଫିସ୍ କାମରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ । ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
ଧନୁ-ମୂଳା- ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ପୂ, ଷାଢା- ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିବେ । ରାଜନିତି ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ । ଉ, ଷାଢା- ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟ ଟେନସନ୍ କିଛି ମାତ୍ରରେ କମିଯିବ । କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିପାରନ୍ତି । ସଞ୍ଚୟ ଅଧିକ କରି ଖର୍ଚ୍ଚ କମ୍ କରନ୍ତୁ
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩
ମକର-ଉ,ଷାଢା- ଦେହର ଯତ୍ନ ନିଅନ୍ତୁ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଶ୍ରବଣା- ବ୍ୟବସାୟ, ନିର୍ମାଣ, କାରିଗରିରେ ଉନ୍ନତି କରିବେ। ସାମୟିକ ମୁଣ୍ଡର ରୋଗରେ କଷ୍ଟ ପାଇବେ। ଅନ୍ୟମନସ୍କତା କାରଣରୁ ଟଙ୍କା ପଇସା କିମ୍ବା କୌଣସି ଜିନିଷ ହଜିଯାଇପାରେ। ଧନିଷ୍ଠା- କ୍ରୀଡ଼ା କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ । ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ।
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮
କୁମ୍ଭ-ଧନିଷ୍ଠା- ପାରିବାରିକ ଜୀବନ ଦୁଃଖ-ସୁଖ ଲାଗି ରହିବ । ଚାକିରିରେ ସହକର୍ମୀ ମାନେ ଈର୍ଷା କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ । ଶତଭିଷା- ଚାକିରି କ୍ଷେତ୍ରରେ ନିଜର ତୀକ୍ଷ୍ମ ବୁଦ୍ଧିମତାର ପରିଚୟ ଦେବେ । ଛାତ୍ରଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ । କୈାଣସି କଥାକୁ ନେଇ ମତାନ୍ତର ଦେଖାଦେଇ ପାରେ ପୂ, ଭାଦ୍ରପଦ- ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ମହିଳା ମାନେ ଘର କାମକୁ ଠିକ୍ରେ ତୁଲାଇବେ । କୋର୍ଟର ଶୁଣାଣି ଡେରି ହୋଇପାରେ ।
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮
ମୀନ-ପୂ,ଭାଦ୍ରପଦ- ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଦୈହିକ ଦୁର୍ବଳତା କ୍ରମଶଃ ବୃଦ୍ଧି ପାଇବ । ଉ,ଭାଦ୍ରପଦ-ଅଫିସରରେ କୈାଣସି କାମକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇବ। ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପିଲାଙ୍କ ପାଠପଢ଼ା ସମସ୍ୟା ନେଇ ଚିନ୍ତିତ ରହିବେ।ରେବତୀ- ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ପରେ ସେଥିରେ ସଫଳତା ହାସଲ କରିବେ । ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ପ୍ରତିକାର – ବୃହସ୍ପତିଙ୍କର ବିଜ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩

