ରାଜ୍ୟ

ରେଢାଖୋଲରେ ଜମୁଛି ରଙ୍ଗର ବଜାର

Spread the love

ଆଉ ଗୋଟିଏ ଦିନ ପରେ ରଙ୍ଗର ପର୍ବ ହୋଲି । ସାତରଙ୍ଗରେ ରଙ୍ଗିନ ହେବାକୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ରେଢାଖୋଲରେ ଖୋଲିଛି ରଙ୍ଗର ବଜାର । ହୋଲି ରଙ୍ଗକୁ ନେଇ ଦୋକାନୀମାନଙ୍କର ବେପାର ମଧ୍ୟ ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଡିମାଣ୍ଡରେ ରହିଛି ହର୍ବାଲ ରଙ୍ଗ । ବିଭିନ୍ନ ପିଚକାରୀ ସହ ଆଇରନ ମୁଖା କିଣିବାକୁ ପିଲାମାନେ ବେଶ ପସନ୍ଦ କରୁଛନ୍ତି ।ଖାସ କରି ପିଲାମାନଙ୍କ ପାଇଁ ଏଥର ବଜାରକୁ ଆସିଛି ବିଭିନ୍ନ ପ୍ରକାର ପିଚକାରୀ ସହ ଆଇରନ ମ୍ୟାନ, ସ୍କେଲିଟନ୍, ବ୍ୟାଟ୍ସ ମ୍ୟାନ ମୁଖା । ଯାହାକୁ କିଣିବା ପାଇଁ ପିଲାଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ହୋଲି ପର୍ବର ଏ ରଙ୍ଗିନ୍ ମାହୋଲରେ ରେଢ଼ାଖୋଲରବାସୀ ବେଶ ଉତ୍ସାହିତ ଏବଂ ଖୁସି ଅଛନ୍ତି । ସହରରେ ଥିବା ହୋଲି ଦୋକାନର ବ୍ୟବସାୟ ମଧ୍ୟ ଏଥର ଖୁବ ଭଲ ହେବ ବୋଲି ଆଶା କରିଛନ୍ତି ଦୋକାନୀ । ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ଲୋକଙ୍କୁ ସଚେତନ କରିବା ସହିତ ରଙ୍ଗ ଉପରେ ବି କଟକଣା ଲଗାଇଛି ।

Leave a Reply

Your email address will not be published. Required fields are marked *