ଦେଶ ବିଦେଶ

ସମଗ୍ର ଦେଶରେ ଡାୟାମ୍ମୋନିୟମ୍ ଫସଫେଟ୍ (ଡିଏପି)ର ଅଭାବ ରିପୋର୍ଟକୁ ଖଣ୍ଡନ କଲେ କେନ୍ଦ୍ର ସରକାର

Spread the love

ଦେଶରେ ଡାୟାମ୍ମୋନିୟମ୍ ଫସଫେଟ୍ (ଡିଏପି)ର ଅଭାବ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି।  ପ୍ରେସ୍ ବିଜ୍ଞପ୍ତିରେ ରାସାୟନିକ ଓ ସାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଡିଏପି ଉପରେ ସବସିଡି ଆଦୌ ହ୍ରାସ କରାଯାଇନାହିଁ ଏବଂ ଏହାର ସର୍ବାଧିକ ଖୁଚୁରା ମୂଲ୍ୟ କୋଭିଡ୍ ସମୟରୁ ୫୦ କିଲୋଗ୍ରାମ ବ୍ୟାଗ୍ ପିଛା ଏକ ହଜାର ୩୫୦ ଟଙ୍କା ରଖାଯାଇଛି। କୃଷକଙ୍କ ସୁବିଧା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଦ୍ୱାରା ୨୦୨୪ ରବିଋତୁ ପାଇଁ ଡିଏପିର ସବସିଡି ବୃଦ୍ଧି କରାଯାଇଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ସାର ବିଭାଗ ପକ୍ଷରୁ ଉପଲବ୍ଧତା ଯଥେଷ୍ଟ ବୃଦ୍ଧି ପାଇଁ ବ୍ୟାପକ ପ୍ରୟାସ କରାଯାଇଛି।

Leave a Reply

Your email address will not be published. Required fields are marked *