ଦେଶ ବିଦେଶ

ଟ୍ରେନ୍‌ରେ ବିସ୍ଫୋରଣ ଷଡ଼୍‌ଯନ୍ତ୍ର ୧୦ଟି ଡେଟୋନେଟର ଜବତ

Spread the love

ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ସେନା ଯବାନଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍‌କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ହୋଇଥିବା ପ୍ରୟାସ ପଣ୍ଡ ହୋଇଛି। ସେନାର ସ୍ୱତନ୍ତ୍ର ଟ୍ରେନ୍ ଜମ୍ମୁ-କଶ୍ମୀରରୁ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରୁଥିବା ବେଳେ ସଗଫାଟା ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ରେଳ ଧାରଣାରୁ ୧୦ଟି ଡେଟୋନେଟର ମିଳିଥିବା ବେଳେ ଏହାକୁ ନେଇ ବ୍ୟାପକ ଖୋଳତାଡ଼ ଜାରି ରହିଛି। ଟ୍ରେନ୍ ଡେଟୋନେଟରକୁ ଅତିକ୍ରମ କରିବା ପରେ ବିସ୍ଫୋରଣ ଯୋଗୁଁ ଡ୍ରାଇଭର ସତର୍କ ହୋଇ ଯାଇଥିଲେ ଏବଂ ତୁରନ୍ତ ଟ୍ରେନ୍ ଅଟକାଇ ଦେଇଥିଲେ। ଏହାପରେ ସେ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍), ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ), ରେଳବାଇ ଏବଂ ସ୍ଥାନୀୟ ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି। ଘଟଣାସ୍ଥଳରୁ ୧୦ଟି ଡିଟୋନେଟର ଜବତ କରାଯାଇଛି।

 

Leave a Reply

Your email address will not be published. Required fields are marked *