ଦେଶ ବିଦେଶ

ତିରୁପତି ଲଡ଼ୁ ବିବାଦ

Spread the love

ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଦିଆଯାଉଥିବା ଲଡ଼ୁରେ ‘ପଶୁ ଚର୍ବି’ ଥିବା ଅଭିଯୋଗ ନେଇ ତୀବ୍ର ବିବାଦ ଲାଗି ରହିଥିବା ବେଳେ ଏହି ପ୍ରସଙ୍ଗରେ ଏବେ ରାଜନେତାଙ୍କ ପରେ ଆଧ୍ୟାତ୍ମିକ ଗୁରୁମାନେ ମୁହଁ ଖୋଲିଛନ୍ତି | ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦ୍‌ଗୁରୁ ତାଙ୍କ ଏକ୍ସ ଆକାଉଣ୍ଟରେ କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି, ମନ୍ଦିରଗୁଡିକ ଭକ୍ତଙ୍କ ଦ୍ୱାରା ପରିଚାଳିତ ହେବା ଉଚିତ। ପ୍ରସାଦରେ ପଶୁ ଚର୍ବି ମାମଲା ଅତ୍ୟନ୍ତ ଗମ୍ଭୀର ଏବଂ ଏହି କାରଣରୁ ଏଥିରେ ବଡ଼ ସଂସ୍କାର ଲୋଡ଼ା ବୋଲି ଉଭୟ ସଦ୍‌ଗୁରୁ ଏବଂ ରବିଶଙ୍କର ମତ ରଖିଛନ୍ତି। ଯେଉଁଠି ଭକ୍ତି ନାହିଁ, ସେଠାରେ ପବିତ୍ରତା ରହିବ ନାହିଁ।

ହିନ୍ଦୁ ମନ୍ଦିରଗୁଡ଼ିକ ସରକାରୀ ପ୍ରଶାସନ ଦ୍ୱାରା ପରିଚାଳିତ ହେବାରୁ ସମସ୍ୟା ବଢ଼ୁଛି ଏବଂ ଏହାର ସମାଧାନ ପାଇଁ ଭକ୍ତମାନଙ୍କ ହାତରେ ନିୟନ୍ତ୍ରଣ ରହିବା ଜରୁରୀ ବୋଲି ସେମାନେ କହିଛନ୍ତି। ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ଯାଞ୍ଚ କରିବା ଦରକାର ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବଜାରରେ ମିଳୁଥିବା ଘିଅର ମାନ କ’ଣ ବୋଲି ମଧ୍ୟ ରବିଶଙ୍କର ପ୍ରଶ୍ନ କରିଛନ୍ତି। ଯେଉଁମାନେ ଖାଦ୍ୟରେ ଅପମିଶ୍ରଣ କରନ୍ତି ସେମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍ ବୋଲି ସେ କହିଛନ୍ତି |
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପୂର୍ବ ସରକାର ସମୟରେ ତିରୁପତି ଲଡୁରେ ପଶୁଚର୍ବି ଥିବା ନିମ୍ନମାନର ଘିଅ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିବା ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *