ଦେଶ ବିଦେଶ

୨୪ ଘଣ୍ଟାରେ ୧.୩୫ କୋଟି ଜାଲ୍‌ କଲ୍‌ ଚିହ୍ନଟ

Spread the love

ବିଦେଶ ମାଟିରେ ବସି ଭାରତୀୟମଙ୍କୁ ଠକିବା ଲାଗି କରାଯାଉଥିବା ଜାଲ୍‌ କଲ୍‌ଗୁଡ଼ିକୁ ଅଟକାଇବା ଲାଗି କେନ୍ଦ୍ର ସରକାର ଏକ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହି ବ୍ୟବସ୍ଥାର ନାମ ହେଉଛି ‘ଇଣ୍ଟରନ୍ୟାସନାଲ୍ ଇନ୍‌କମିଂ ସ୍ପୁଫ୍‌ଡ କଲ୍‌ସ ପ୍ରିଭେନ୍‌ସନ୍ ସି‌ଷ୍ଟମ୍’।

ସାଇବର୍‌ ଅପରାଧୀମ‌ାନେ ବିଦେଶରେ ବସି ସେଠାରୁ କଲ୍‌ କରି ଲୋକମାନଙ୍କୁ ଠକୁଛନ୍ତି। ସେମାନେ କଲିଂ ଲାଇନ୍ ଆ‌ଇଡେଣ୍ଟିଟି (ସିଏଲ୍‌ଆଇ)ରେ ହେରଫେର କରି ଅନ୍ତର୍ଜାତୀୟ କଲ୍‌କୁ ଭାରତୀୟ ମୋବାଇଲ୍‌ ନମ୍ବରରେ ବଦଳାଇ ଦେଉଛନ୍ତି। ଫଳରେ ଠକେଇର ଶିକାର ହେଉଥିବା ଲୋକମାନେ ତାହା ଏକ ଅନ୍ତର୍ଜାତୀୟ ଜାଲ୍‌ କଲ୍‌ ବୋଲି ଜାଣିପାରୁନାହାନ୍ତି।

ଆର୍ଥିକ ଠକେଇ, ସରକାରୀ ଅଧିକାରୀର ମିଥ୍ୟା ପରିଚୟ ଦେବା, ଲୋକଙ୍କ ମନରେ ଭୟ ସୃ‌ଷ୍ଟି କରିବା, ଗିରଫ ଭୟ ଦେଖାଇବା ଭଳି ବିଭିନ୍ନ ବାହାନାରେ ସାଇବର୍‌ ଅପରାଧୀମାନେ ଲୋକମାନଙ୍କୁ ଠକୁଛନ୍ତି।  ଭାରତ ସରକାର ଯେଉଁ ବ୍ୟବସ୍ଥା ବିକାଶ କରିଛନ୍ତି ତାହା ସେହି ଅନ୍ତର୍ଜାତୀୟ ଜାଲ୍‌ କଲ୍‌କୁ ଚିହ୍ନଟ କରିବା ସହ ପୀଡ଼ିତଙ୍କ ପାଖରେ ପହଞ୍ଚିବା  ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାରୁ ଅନ୍ତର୍ଜାତୀୟ ଜାଲ୍‌ କଲ୍ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *