ଦେଶ ବିଦେଶ

ଚାଉଳ ରପ୍ତାନୀ ଉପରେ କଠୋର ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

Spread the love

ଚାଉଳ ରପ୍ତାନୀ ଉପରେ କଠୋର ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର । ବାସୁମତି ଚାଉଳକୁ ଛାଡ଼ି ସମସ୍ତ ପ୍ରକାର ଅରୁଆ ଚାଉଳ ରପ୍ତାନୀ ଉପରେ ଲାଗିଲା ବ୍ୟାନ୍ । ଏ ନେଇ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଗାମୀ ପାର୍ବଣ ସମୟରେ ଘରୋଇ ଚାହିଦା ବୃଦ୍ଧି ଏବଂ ଖୁଚୁରା ମୂଲ୍ୟ ଉପରେ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ବିଳମ୍ବିତ ମୌସୁମୀ ବର୍ଷା ଧାନ ଫସଲ ଉତ୍ପାଦନ କମିବା ଆଶଙ୍କାରେ କେନ୍ଦ୍ର ସରକାର ଏହି କଟକଣା ଲାଗୁ କରିଛନ୍ତି । କେନ୍ଦ୍ରର ଏହି ପଦକ୍ଷେପ ଫଳରେ ଭାରତର ପ୍ରାୟ ୮୦ ପ୍ରତିଶତ ଚାଉଳ ରପ୍ତାନି ପ୍ରଭାବିତ ହେବ । ଏହା ଦ୍ୱାରା ଦେଶ ମଧ୍ୟରେ ଚାଉଳର ଦାମ କମିବ । ତେବେ ବାସୁମତି ଚାଉଳ ଓ ସମସ୍ତ ପ୍ରକାର ଉସୁନା ଚାଉଳର ରପ୍ତାନୀ ନୀତିରେ କୌଣସି ପରିବର୍ତ୍ତନ କରାଯାଇ ଥିବା ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *