ମଣିପୁରର ଝିଅ ବୋହୂଙ୍କ ସହ ଯାହା ଘଟିଲା ତାହା କ୍ଷମଣୀୟ ନୁହେଁ, ବର୍ତ୍ତିବେନି ଦୋଷୀ: ପ୍ରଧାନମନ୍ତ୍ରୀ
ମଣିପୁର କୁକି ସମ୍ପ୍ରଦାୟ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଘଟଣାକୁ ସବୁଠି ହଇଚଇ । ପଲିରୁ ଦିଲ୍ଲୀ ସବୁଠି ଦେଖାଦଲାଣି ପ୍ରତିବାଦର ସ୍ୱର । ଭିଡିଓ ଭାଇରାଲ ହେବା ପରେ ସାରା ଦେଶବାସୀଙ୍କ ମଧ୍ୟରେ ଜଳଉଛି ପ୍ରତିଶୋଧର ବହ୍ନି । ଏବେ ବିଭିନ୍ନ ଦଳର ନେତା ବି ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ମଣିପୁରର ଝିଅ ବୋହୂମାନଙ୍କ ସହ ଯାହା ଘଟିଛି ତାହା ବିଲକୁଲି ବି ଗ୍ରହଣୀ ନୁହେଁ । ଏଥିରେ ଯେଉଁମାନେ ଦୋଷୀ ସେମାନଙ୍କୁ କେବେ କ୍ଷମା କରାଯିବନି । ସେ ଆହୁରି କହିଥିଲେ, ମଣିପୁର ଘଟଣାକରେ ମୋର ହୃଦୟକୁ ବହୁତ ବାଧିଛି । ମୋ ଭିତରେ ଅନେକ ରାଗ କ୍ରୋଧ ଆସୁଛି । ତାଙ୍କ କହିବା କଥା ମଣିପୁର ଘଟଣା ଯାହା ସାମ୍ନାକୁ ଆସିଛି ତାହା ନିହାତି ଲଜ୍ଜାଜନକ ଘଟଣା । ଏହି ଘଟଣା ବିଷୟରେ, ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ଯେଉଁମାନେ ଦୋଷୀ, ସେମାନଙ୍କୁ କଠୋର ଦଣ୍ଡ ମିଳିବ । ମଣିପୁରରେ ମହିଳାମାନଙ୍କ ସହିତ ଯାହା ଘଟିଲା ତାହା କୌଣସି ସଭ୍ୟ ସମାଜ ପାଇଁ ଠିକ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଦେଶର ଯେକୌଣସି କୋଣରେ, କୌଣସି ରାଜ୍ୟ ସରକାରରେ ରାଜନୀତି ଏବଂ ବିତର୍କରୁ ଉର୍ଦ୍ଧ୍ୱରେ ଆଇନ ଶୃଙ୍ଖଳା, ମହିଳାମାନଙ୍କ ପ୍ରତି ସମ୍ମାନର ଗୁରୁତ୍ୱ ରହିଛି । ଆଇନ ଅନୁଯାୟୀ ନିଜର ସମସ୍ତ ଶକ୍ତି ଏବଂ କଠୋର ସହିତ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବ ।
