ଡିସେମ୍ବର ୬କୁ ମୁମ୍ବାଇ ଏବଂ ଉପାନ୍ତ ଅଞ୍ଚଳ ପାଇଁ ଛୁଟି ଘୋଷଣା କଲେ ମହାରାଷ୍ଟ୍ର ସରକାର
ମହାରାଷ୍ଟ୍ରରେ ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଶପଥ ଗ୍ରହଣ କରିଛନ୍ତି। ଏଣେ ଆଜି ଡିସେମ୍ବର ୬କୁ ମୁମ୍ବାଇ ଏବଂ ଉପାନ୍ତ ଅଞ୍ଚଳ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଆଜି ଚୈତ୍ୟ ଭୂମିରେ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ପ୍ରମୁଖ ପହଞ୍ଚି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇଛନ୍ତି।ଆଜି ବହୁ ସଂଖ୍ୟାରେ ଲୋକ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ ୬୮ ତମ ମହାପ୍ରୟାଣ ତିଥିରେ ଚୈତ୍ୟ ଭୂମିରେ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିବେ ବୋଲି ଆଶା କରାଯାଉଛି।

