ଦେଶ ବିଦେଶ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଫଡ଼ନାବିସ

Spread the love

ବରିଷ୍ଠ ବି‌ଜେପି ନେତା‌ ଦେବେନ୍ଦ୍ର ଫଡ଼ନାବିସ ଆଜି ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁମ୍ବାଇର ଆଜାଦ ମଇଦାନରେ ଆୟୋଜିତ ବିଶାଳ ଶପଥ ଗ୍ରହଣ ଉତ୍ସବ‌ କାର୍ଯ୍ୟକ୍ରମରେ ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ ଫଡ଼ନାବିସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।  ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନ୍‌ସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,  ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ,  ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ହାଇ ପ୍ରୋଫାଇଲ୍‌ ନେତାମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ।ଶପଥ କାର୍ଯ୍ୟକ୍ରମରେ ବଲିଉଡ ଷ୍ଟାର ଶାହରୁଖ ଖାନ୍‌, ସଲମାନ ଖାନ୍‌ ଏବଂ ରଣବୀର କପୁର ମଧ୍ୟ ଉପସ୍ଥିତ ଥିଲେ। ଏଥିସହ ଶିଳ୍ପପତି ମୁକେଶ ଅମ୍ବାନି, ଅନିଲ ଅମ୍ବାନି ଏବଂ କୁମାର ମଙ୍ଗଳମ ବିର୍ଲା ପ୍ରମୁଖ   ସମାରୋହରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *