ଇସ୍ରୋର ନୂଆ କୀର୍ତ୍ତିମାନ
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବାହୁବଳୀ ରକେଟ୍ ପିଏସ୍ଏଲ୍ଭି ଆଜି ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ)ର ପ୍ରୋବା-୩ ଉପଗ୍ରହକୁ ସଫଳତାର ସହ ଉତ୍କ୍ଷେପଣ କରି ଏହାର ନିର୍ଦ୍ଧାରିତ କକ୍ଷପଥରେ ସ୍ଥାନିତ କରିଛି। ପିଏସ୍ଏଲ୍ଭି-ସି୫୯ ଏହାର ୬୧ତମ ଉଡ଼ାଣ ଭରିବା ପରେ ଶ୍ରୀହରିକୋଟାସ୍ଥିତ ଭାରତର ରକେଟ୍ ବନ୍ଦର ଉପରେ ଆକାଶ ଆଲୋକିତ ହୋଇଉଠିଥିଲା। ୩୨୦ ଟନ୍ ଓଜନ ଓ ୪୪.୫ ମିଟର ଉଚ୍ଚତା ବିଶିଷ୍ଟ ଭାରତୀୟ ରକେଟ୍ ୫୪୫ କିଲୋଗ୍ରାମ୍ ଓଜନର ଦୁଇଟି ଉପଗ୍ରହକୁ ଉଠାଇ ମହାକାଶକୁ ନେଇଯାଇଥିଲା।ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଏହି ଅଭିଯାନ ସଫଳ ହୋଇଛି ଏବଂ ଉପଗ୍ରହଗୁଡ଼ିକୁ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାନିତ କରାଯାଇଛି।

