ଗାଜା ହସ୍ପିଟାଲ୍ ଉପରେ ବୋମାମାଡ଼
ଗାଜାର ଏକ ହସ୍ପିଟାଲ୍ ଉପରେ ଇସ୍ରାଏଲ ଆଜି ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବଂ ୨୦୧ ଜଣ ଆହତ ହୋଇଛନ୍ତି। ନସିର ହସ୍ପିଟାଲ୍ ଉପରେ ଇସ୍ରାଏଲ ସେନା ବୋମାମାଡ଼ କରିଥିବା ହସ୍ପିଟାଲ୍ ନିର୍ଦ୍ଦେଶକ କହିଛନ୍ତି। ଜାତିସଂଘ ରିଲିଫ୍ ସଂସ୍ଥାର ଜଣେ ଇମର୍ଜେନ୍ସି ଅଫିସର କହିଛନ୍ତି, ଗାଜାରେ ମାନବୀୟ ସ୍ଥିତି ବିପର୍ଯ୍ୟୟ ହେବାରେ ଲାଗିଛି। ଲକ୍ଷାଧିକ ଲୋକ ଓଳିଏ ଖାଇ ରହୁଛନ୍ତି ଏବଂ ଲୋକେ ବ୍ରେଡ୍ ଖଣ୍ଡେ ପାଇଁ ନେହୁରା ହେଉଥିବା ଆମେ ଦେଖୁଛୁ।

