ଦିଲ୍ଲୀ ବିମାନ ବନ୍ଦରରେ କଟକଣା
ଆସନ୍ତା ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ସମସ୍ତ ରନୱେକୁ ଦୈନିକ ୧୪୫ (୨ଘଣ୍ଟା ୨୫ ମିନିଟ) ମିନିଟ ପାଇଁ ବନ୍ଦ ରଖାଯିବ ବୋଲି ଜଣାପଡିଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି କଟକଣା ସକାଳ ୧୦ଟା ୨୦ରୁ ମଧ୍ୟାହ୍ନ ୧୨ଟା ୪୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଭଳି କଟକଣା ଲାଗୁ ହେବାଫଳରେ ୧୩୩୬ଟି ବିମାନର ଚଳାଚଳ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ଜଣାପଡିଛି।

