ରାଜ୍ୟ

ବାତ୍ୟା ‘ଦାନା’ ଏହି ୪ ଜିଲାରେ ରହିବ ବେଶି ପ୍ରଭାବ

Spread the love

ବାତ୍ୟା ‘ଦାନା’ ପ୍ରଭାବରେ ୪ ଜିଲାରେ ବାତ୍ୟାର ପ୍ରଭାବ ବେଶି ରହିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକରେ ଏହାର ବେଶି ପ୍ରଭାବ ରହିବ । ୪ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ବହିବା ସମ୍ଭାବନା ରହିଛି ।

ଏହାସହ ଅନ୍ୟ ପାଶ୍ୱବର୍ତ୍ତୀ ଜିଲା ପୁରୀ,ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷିବ । ପାଶ୍ୱବର୍ତ୍ତୀ ଜିଲାରେ ବର୍ଷା ସହ ୬୦ରୁ ୮୦ କିମି ବେଗରେ ପବନ ବହିବ।

ଭୀଷଣ ବାତ୍ୟା ପ୍ରଭାବରେ ସାମୁଦ୍ରିକ ଜୁଆର ଆସିବ । କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକରେ ୧ ରୁ ୨ ମିଟର ଜୁଆର ଆସିବ । ସାଧାରଣ ଜୁଆର ଠାରୁ ଅଧିକ ୧ରୁ ୨ ମିଟର ଜୁଆର ସହ ଜଗତସିଂହପୁର ଉପକୂଳରେ ଅଧରୁ ୧ ମିଟର ଜୁଆର ଆସିବ ବୋଲି ଆଇଏମି ଡିଜି କହିଛନ୍ତି ।ଏହାସହ ସାମୁଦ୍ରିକ ଜୁଆର ପ୍ରଭାବରେ ସ୍ଥଳଭାଗକୁ ଲୁଣିପାଣି ମାଡିପାରେ ।ସଜାଗ ରହିବା ପାଇଁ ଆଇଏମଡି ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *