ରାଜ୍ୟ

ଶନିବାର ଉଦଳା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Spread the love

ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଶନିବାର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ  ଉଦଳାକୁ ପ୍ରଥମଥର ପାଇଁ ଗସ୍ତ କରିବେ । ଉଦଳା  କଲେଜ ପଡ଼ିଆରେ ହେଲିକାପ୍ଟର ଯୋଗେ ଆସି  ଖଲାଡି ପଞ୍ଚାୟତ ପାଟପୁର ପଡ଼ିଆରେ ଆୟୋଜିତ  କାର୍ଯ୍ୟକ୍ରମରେ ଯୋଗ ଦେବେ । ନିର୍ବାଚନ ମଣ୍ଡଳୀର  ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପ୍ୟାକେଜ  ଘୋଷଣା କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ  ଉଦଳାବାସୀ ଉତ୍ସାହିତ ହୋଇପଡିଛନ୍ତି । ଜିଲ୍ଲା  ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ହେମକାନ୍ତ ସଏ,  ଉପଜିଲ୍ଲାପାଳ ଶୁଶାନ୍ତ ବାରିକଙ୍କ ସମେତ ସମସ୍ତ  ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଯେପରି କୌଣସି  ସମସ୍ୟା ନ ଉପୁଜେ ସେଦିଗରେ ନଜର ରଖିଛନ୍ତି ।ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ ସମସ୍ୟା  ପ୍ରତି ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଏସପି  ବରୁଣ ଗୁଣ୍ଠୁପାଲୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ୭ପ୍ଲାଟୁନ ପୁଲିସ ଫୋର୍ସ ସହିତ ୬୦ ଗୃହରକ୍ଷୀଙ୍କୁ  ମୁତୟନ କରାଯାଇଛି ।ଉଦଳାବାସୀ ମୁଖ୍ୟମନ୍ତ୍ରୀଙ୍କ  ପ୍ରଥମ ଗସ୍ତକୁ ନେଇ ରେଳସେବା, ପୌର ପରିଷଦ  ମାନ୍ୟତା, କେନ୍ଦ୍ରୀୟ ବିଦ୍ୟାଳୟ ଓ ସାନ ବ୍ୟାରେଜ  ନିର୍ମାଣ ପ୍ରସଙ୍ଗ ପ୍ରତି ଆଶାବାଦୀ ଥିବା ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *