ହାରିବ ନ୍ଯୁଜିଲାଣ୍ଡ !ପିଚ ସାଜିବ ଗେମ୍ ଚେଞ୍ଜର
ଭାରତ- ନ୍ଯୁଜିଲାଣ୍ଡ ମଧ୍ଯରେ ଦ୍ୱିତୀୟ ଟେଷ୍ଟ ମ୍ଯାଚ ପୁଣେରେ ଖେଳାଯିବ । ରୋହିତ ସେନା ଅଧୀନରେ ଖେଳୁଥିବା ଟିମ୍ ଇଣ୍ଡିଆ ଏହି ଟେଷ୍ଟ ପାଇଁ ନିଜର ପ୍ରସ୍ତୁତି ମଧ୍ଯ ଆରମ୍ଭ କରି ସାରିଛି । ଆସନ୍ତାକାଲି ଖେଳାଯିବାକୁ ଥିବା ଏହି ଟେଷ୍ଟରେ ଭାରତ ପଲା ଭାରି ରହିପାରେ ବୋଲି ଆକଳନ କରାଯାଉଛି । ଭାରତୀୟ ଦଳ ମଧ୍ଯ ଏହି ମ୍ଯାଚ ଜିତିବା ପାଇଁ ସତ ଚେଷ୍ଟା କରିବ ।ଉଭୟ ଭାରତ ଓ କିୱି ଦଳ ପୁଣେ ଟେଷ୍ଟ ପାଇଁ ଘମାଘୋଟ ଅଭ୍ଯାସ କରିବାର ଦେଖିବାକୁ ମିଳୁଛି । କହିରଖୁ, ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ଆଖି ଦୃଶିଆ ପ୍ରଦର୍ଶନ କରିବା ସତ୍ତ୍ୱେ ମ୍ଯାଚରେ ପରାଜୟ ସ୍ୱୀକାର କରିବାକୁ ବାଧ୍ଯ ହୋଇଥିଲା । ମାତ୍ର ପୁଣେ ଟେଷ୍ଟରେ ଭାରତୀୟ ଦଳର ଦବଦବା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଉଛି । କାରଣ ପୁଣେ ପିଚ ନ୍ଯୁଜିଲାଣ୍ଡ ପାଇଁ କାଳ ସାଜିପାରେ । ଭାରତୀୟ ଦଳକୁ ଏହି ପିଚ ସୁହାଇବ ବୋଲି କ୍ରିକେଟପ୍ରେମୀ କହୁଛନ୍ତି । ଯଦି ଏଭଳି ରୁହେ, ତେବେ ଟିମ୍ ଇଣ୍ଡିଆ ୩ ଜଣ ସ୍ପିନରଙ୍କୁ ନେଇ ପୁଣେ ଟେଷ୍ଟରେ ପଡିଆକୁ ଓହ୍ଲାଇବ । ଭାରତୀୟ ସ୍ପିନର କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜାଙ୍କ ସ୍ପିନରେ ଘାଇଲା ହୋଇପାରେ କିୱି ଦଳ ।: ଟମ ଲାଥମଙ୍କ ନେତୃତ୍ୱାଧୀନ ନ୍ଯୁଜିଲାଣ୍ଡ ଦଳ ପୁଣେରେ ଜୋଗଦାର ପ୍ରାକ୍ଟିସ କରି ଝାଳ ବୁହାଇଛି । ଯଦି ନ୍ଯୁଜିଲାଣ୍ଡର ବୋଲିଂ ଆଟେକ କଥା କୁହାଯାଏ, ତେବେ ଦଳ ବେଶ୍ ମଜବୁତ ଅଟେ ।ତଥାପି ସ୍ପିନ ମାମଲାରେ ଭାରତୀୟ ଦଳ ନ୍ଯୁଜିଲାଣ୍ଡଠୁ ବେଶ୍ ଆଗରେ ରହିବ । ଫଳରେ ନ୍ଯୁଜିଲାଣ୍ଡ ବ୍ଯାଟରଙ୍କୁ ଭାରତୀୟ ଦଳର ସ୍ପିନ ବୋଲିଂର ସାମ୍ନା କରିବାକୁ ପଡିପାରେ । ଯାହା ସହଜ ହେବ ନାହିଁ ।: ନ୍ଯୁଜିଲାଣ୍ଡ ପକ୍ଷରୁ ତାଙ୍କର ଷ୍ଟାର ବ୍ଯାଟର କେନ ୱିଲିୟମସନ ଖେଳିବେ ନାହିଁ । ଆଶା କରାଯାଉଥିଲା ସେ ଦ୍ୱିତୀୟ ଟେଷ୍ଟରେ ଉପସ୍ଥିତ ରହିବେ । ମାତ୍ର ଆହତ କାରଣରୁ ୱିଲିୟମସନ ବେଙ୍ଗାଲୁରୁ ଭଳି ଏହି ଟେଷ୍ଟରୁ ମଧ୍ଯ ବାଦ ପଡିବେ । ଫଳରେ ସ୍ପିନକୁ ଭଲ ଖେଳୁଥିବା ୱିଲିୟମସନ ଉପସ୍ଥିତ ନ ଥିବାରୁ ତାଙ୍କ ଅନୁପସ୍ଥିତିର ଅନୁଭବ କରିବ ନ୍ଯୁଜିଲାଣ୍ଡ

