କ୍ରୀଡା

ଆଜିଠାରୁ ଭାରତ – ବାଂଲାଦେଶ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ

Spread the love

ଆଜିଠୁ ଆରମ୍ଭ ହେଉଛି, ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ। ଭାରତ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍- WTC ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଏହି ମ୍ୟାଚ୍ ଚେନ୍ନାଇର ଆଇକନିକ୍ MA ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ତୃତୀୟ ଥର ପାଇଁ WTC ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଏହି ସିରିଜ ଭାରତ ପାଇଁ ବେଶ୍ ସହାୟକ ହେବ । ସେପଟେ ଏହି ସିରିଜ ପୂର୍ବରୁ ବାଂଲାଦେଶ, ପାକିସ୍ତାନକୁ ତା ନିଜ ମାଟିରେ କ୍ରମାଗତ ୨ଟି ଟେଷ୍ଟରେ ପରାସ୍ତ କରିବାପରେ ଭ୍ରମଣକାରୀ ଦଳର ମନୋବଳ ଦୃଢ଼ ରହିଛି ।ସିରିଜ୍ ବିଜୟ ରେକର୍ଡ କରିବା ପରେ ବାଂଲାଦେଶ ଏହି ସିରିଜରେ ପ୍ରବେଶ କରିଛି ଏବଂ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ଧାରା ଜାରି ରଖିବାକୁ ଦଳ ଉଦ୍ୟମ କରିବ ।

ଗୌତମ ଗମ୍ଭୀର କୋଚ୍ ଭାବେ ଦାୟିତ୍ବ ନେବାପରେ ଭାରତୀୟ ଦଳର ଏହା ପ୍ରଥମ ଟେଷ୍ଟ ମ୍ୟାଚ୍ । ଭାରତ-ବାଂଲାଦେଶ ବର୍ତ୍ତମାନ ସୁଦ୍ଧା ୧୩ଟି ଟେଷ୍ଟରେ ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧୧ଟିରେ ବିଜୟ ହାସଲ କରିଛି ଓ ବାକି ୨ଟି ମ୍ୟାଚ୍ ଡ୍ରରେ ଶେଷ ହୋଇଛି । ସେପଟେମ୍ବର ୨୭ରେ ସିରିଜର ଦ୍ବିତୀୟ ଟେଷ୍ଟ କାନପୁରର ଗ୍ରୀନପାର୍କ ଷ୍ଟାଡିଅମରେ ଖେଳାଯିବ ।

Leave a Reply

Your email address will not be published. Required fields are marked *