କ୍ରୀଡା

ୱିମ୍ବଲଡନ୍‌ରେ ନୂଆ ଚାମ୍ପିଅନ୍ କାର୍ଲୋସ୍ ଅଲକାରାଜ, ଫାଇନାଲରେ ପରାସ୍ତ ଜୋକୋଭିକ୍

Spread the love

ୱିମ୍ବଲଡନରେ ନୂଆ ଚାମ୍ପିଅନ କାର୍ଲୋସ୍ ଅଲକାରାଜ । ନମ୍ବର ଓ୍ବାନ ଖେଳାଳି ଭାବେ କାର୍ଲୋସ୍ ଏହି ଗୈାରବ ଅର୍ଜନ କରିଛନ୍ତି । ଫାଇନାଲରେ ବିଶ୍ବର ଦୁଇ ନମ୍ବର ଖେଳାଳି ଭେଟେରାନ୍ ନୋଭାକ୍ ଜୋକୋଭିକଙ୍କ ସହ ଦୀର୍ଘ ୪ଘଣ୍ଟା ୪୩ ମିନିଟ ଲଢେଇ କରି ଶେଷରେ ବିଜୟ ହାସଲ କରିଥିଲେ । ୱିମ୍ବଲଡନ୍ ଇତିହାସରେ ତୃତୀୟ ଯୁବ ଖେଳାଳି ଭାବରେ ୨୦ ବର୍ଷ ବୟସରେ ଅଲକାରାଜ ଚାମ୍ପିଅନ ହୋଇଛନ୍ତି । ଏହା ତାଙ୍କର ପ୍ରଥମ ୱିମ୍ବଲଡନ୍ ଏବଂ ଦ୍ବିତୀୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ । ପୂର୍ବରୁ ୨୦୨୨ରେ ସେ ୟୁଏସ୍ ଓପନ୍ ଜିତିଥିଲେ । କ୍ରମାନ୍ବୟରେ ପଞ୍ଚମ ଥର ଟାଇଟଲ୍ ଜିତି ଜୋକୋଭିକ୍ କ୍ୟାରିଅରର ୨୪ତମ ଗ୍ରାଣ୍ଡସ୍ଲାମ୍ ଜିତିବା ଲକ୍ଷ୍ୟ ରଖିଥିଲେ । କିନ୍ତୁ ଅଲକାରାଜ ଏହି ଆଶାକୁ ପୂରଣ ହେବାକୁ ଦେଇନଥିଲେ । ଭେଟେରାନ ଜୋକୋଭିକ୍‌ ଏବଂ ଅନଭିଜ୍ଞ ଅଲକାରାଜଙ୍କ ମଧ୍ୟରେ ଫାଇନାଲ ଲଢେଇ ଦେଖିବାକୁ ନେଇ ସେଣ୍ଟର କୋର୍ଟ ପୂରି ଉଠିଥିଲା । ୨୦୧୮ରୁ ୱିମ୍ବଲଡନର ଗ୍ରାସ୍‌ କୋର୍ଟରେ ନିଜ ଆଧିପତ୍ୟ ଜାରି ରଖିଥିବା ଜୋକୋଭିକ ଏଥର ବି ଟାଇଟଲ ବଜାୟ ରଖିବେ ବୋଲି ପ୍ରଶସଂକ ଆଶା ରହିଥିଲେ । ଏହି ଟାଇଟଲ ଜିତି ଥିଲେ ସେ ସିଜନରେ ତୃତୀୟ ଏବଂ କ୍ୟାରିୟରରେ ୨୪ତମ ଗ୍ରାଣ୍ଡ୍‌ସ୍ଲାମ ଜିତି ଆଉ ଏକ ନୂଆ ଇତିହାସ ରଚିଥାନ୍ତେ । ହେଲେ ସମ୍ଭବ ହୋଇନତିଲା । ଅଲକାରାଜ ଗ୍ରାସ୍‌ କୋର୍ଟରେ ପ୍ରଥମ ଟାଇଟଲ ପାଇଁ ଭୋକିଲା ରହିଥିଲେ । ଏଟିପି ମାନ୍ୟତାର ଦୁଇ ଶ୍ରେଷ୍ଠ ଖେଳାଳି । ଅଲକାରାଜ ଏକ ନମ୍ବର ପୁଣି ଜୋକୋଭିକ୍‌ ୨ ନମ୍ବର । ସିଜନର ପ୍ରଥମ ଦୁଇ ଟାଇଟଲ ଅଷ୍ଟ୍ରେଲିଆନ ଓ ଫ୍ରେଞ୍ଚ ଓପନ ଜିତି ଜୋକୋଭିକ୍‌ କଡ଼ା ଫର୍ମରେ ରହିବା ସହ ଦୃଢ଼ ଆତ୍ମବିଶ୍ୱାସୀ ମଧ୍ୟ ରହିଥିଲେ । ତେଣୁ ପ୍ରଥମ ସେଟ୍‌ରେ କୌଣସି ତ୍ରୁଟି ନକରି ୬-୧ରେ ବିଜୟ ହାସଲ କରିଥିଲେ । ଦ୍ୱିତୀୟ ସେଟ୍‌ ବେଶ ନାଟକୀୟ ରହିଥିଲା । କଡ଼ା ସଂଘର୍ଷ ମଧ୍ୟରେ ସେଟ୍‌କୁ ଜୋକୋଭିକ୍‌ ୬-୬ କରିବା ପରେ ଟାଇ-ବ୍ରେକର ଆରମ୍ଭ ହୋଇଥିଲା । ଟାଇବ୍ରେକର ମଧ୍ୟ ଚମତ୍କାର ହୋଇଥିଲା । ପ୍ରଥମେ ଜୋକୋଭିକ୍‌ ଆଗେଇ ଥିଲେ । ପୁଣି ଅଲକାରାଜ ପ୍ରତ୍ୟାବର୍ତ୍ତନ କରି ଶେଷରେ ୭-୬ ବିଜୟୀ ହୋଇଥିଲେ । ପୁଣି ତୃତୀୟ ସେଟ୍‌ରେ ମଧ୍ୟ ୬-୧ରେ ବିଜୟୀ ହୋଇ ବେଶ ଭଲ ସ୍ଥିତିରେ ରହିଥିଲେ । ଶେଷରେ ୬-୪ରେ ବିଜୟୀ ହୋଇ ଅଲକାରାଜ ଚାମ୍ପିଅନ ହୋଇଥିଲେ| ଅଲକାରାଜଙ୍କ ପୂର୍ବରୁ ୧୯୮୫ରେ ୧୭ ବର୍ଷ ବୟସରେ ବୋରିସ ବେକର ଏବଂ ୧୯୭୬ରେ ୨୦ ବର୍ଷରେ ବିୟର୍ନ ବର୍ଗ ୱିମ୍ବଲଡନରେ ଚାମ୍ପିଅନ ହୋଇଥିଲେ ।

 

Leave a Reply

Your email address will not be published. Required fields are marked *