ରାଜ୍ୟ

ଜେଲ୍ ଗଲେ ନକଲି ଡାକ୍ତର, AIIMS ଡାକ୍ତର କହି ବିଭିନ୍ନ ସ୍ଥାନରେ କରିଥିଲେ କ୍ଲିନିକ୍

Spread the love

ବନ୍ଦାହେଲେ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ବ୍ରହ୍ମପୁର ଏସପିଙ୍କ ନିର୍ଦେଶକ୍ରମେ ଗିରଫ କରିଛି । ଗିରଫ ନକଲି ଡାକ୍ତର ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା । ସାନଖେମୁଣ୍ଡି ସମେତ କଟକର ଘରୋଇ କ୍ଲିନିକରେ ପୋଲିସ ଯାଞ୍ଚ କରିବା ସହ ଡ଼ାକ୍ତରଙ୍କ କଟକ ଭଡା ଘରେ ମଧ୍ୟ ତଦନ୍ତ କରିଛି । ସୂଚନା ଥାଉକି, କଟକ ରାଣୀହାଟ କ୍ଲିନିକ ସାନଖେମୁଣ୍ଡିର ଘରୋଇ କ୍ଲିନିକ ରେ ଦୁଇ ଦିନ ଧରି ଚାଲିଥିଲା ତଦନ୍ତ । ନିଜକୁ ଦିଲ୍ଲୀ, ଭୁବନେଶ୍ୱର AIMS ର ଅଭିଜ୍ଞ ଡାକ୍ତର କହି ଚଲାଇଥିଲେ ଚିକିତ୍ସା ଆଉ ପାଉଥିଲେ ମୋଟା ଅଙ୍କର ଟଙ୍କା । ଡାକ୍ତର ଏସ ପଣ୍ଡା ପୂର୍ବରୁ ଫେବୃଆରୀ ୨୦୨୦ ମସିହା ରେ ତେଲେଙ୍ଗାନା ପୋଲିସ ଗିରଫ କରି ଜେଲକୁ ପଠାଇଥିଲା । ନିଜକୁ WHO ର ସଦସ୍ୟ କହିଥିବା ବେଳେ ଏବଂ ଡାକ୍ତର ସମ୍ମିଳନୀକୁ ଯାଇ ନିଜକୁ ଡାକ୍ତର କହିଥିବ। ବେଳେ ଗିରଫ ହୋଇଥିଲେ । ପୋଲିସର ସୂଚନା ଅନୁସାରେ ଯୁକ୍ତ ଦୁଇ ପାଠ ପଢି ଡାକ୍ତରମାନଙ୍କ ନିକଟରେ ଟ୍ରେନିଂ ପରେ ନିଜେ ସାର୍ଟିଫିକେଟ ତିଆରି କରି ମେଡ଼ିସିନ ରିପ୍ରେଜେଣ୍ଟ ମାନଙ୍କୁ ଧରି କରୁଥିଲେ ଚିକିତ୍ସା । ଗୋଟିଏ ରୋଗୀକୁ ପାଞ୍ଚ ମିନଣ୍ଟ ଦେଖିବା ପାଇଁ ନେଉଥିଲେ ୩୦୦ଟଙ୍କାର ଫି । ସାନଖେମୁଣ୍ଡି ବବୁଲ କ୍ଲିନିକ ଜଣେ ସରକାରୀ ମେଡିକାଲ କିଭଳି କରିଛନ୍ତି ତାହାର ବି ତଦନ୍ତ ହେବ ବୋଲି ସୂଚନା ମିଳିଛି । ଗଜପତି ଜିଲ୍ଲା ଅଡବା ସ୍ୱାସ୍ଥ୍ୟକର୍ମୀ ବିନା ଲାଇସେନ୍ସରେ ବେଆଇନ ଭାବେ ଚଳାଇଥିଲେ କ୍ଲିନିକ । ତେବେ ଡାକ୍ତର ମାତ୍ର ୨୪ ଦିନ ତଳେ ବିବାହ କରିଥିବା ସୂଚନା ମିଳିଛି । ପତ୍ନୀ ଦିଗପହଣ୍ଡି ଥାନାକୁ ଆସିବା ପରେ ଜାଣିଛନ୍ତି ପକୃତ ସତ । ଦୁଇ ଦିନ ତଳେ ଦିଗପହଣ୍ଡି ଥାନା ଅଧିକାରୀ ଏବଂ ଏକ ଟିମ୍ ଏସପି ଙ୍କ ନିର୍ଦ୍ଦେଶ ରେ ନିଜେ AIMS ଡାକ୍ତରଙ୍କ ନିକଟକୁ ଚିକିତ୍ସା ହେବାକୁ ଯାଇ ଗିରଫ କରି ଅଧିକ ପଚରାଉଚରା କରି ସତ ଉଗାଳିଛି । ତେବେ ନକଲି ଡାକ୍ତର ବୋଲି କ୍ଲିନିକ ଵାଲା ଜାଣି ନଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *