ଛାତ୍ରୀମାନଙ୍କ ପାଇଁ ଥିବା ସ୍ୱତନ୍ତ୍ର ସ୍କୁଲ ଏବେ ତାଲା ପଡ଼ିବାକୁ ଯାଉଛି
ହଜିଯିବ ରାଜଧାନୀ ଭୁବନେଶ୍ବରର 57 ବର୍ଷର ପୁରୁଣା ବାଳିକା ହାଇସ୍କୁଲର ପରିଚୟ । ଛାତ୍ରୀମାନଙ୍କ ପାଇଁ ଥିବା ସ୍ବତନ୍ତ୍ର ସ୍କୁଲରେ ଏବେ ତାଲା ପଡ଼ିବାକୁ ଯାଉଛି । ୟୁନିଟ 9 ବାଳିକା ହାଇସ୍କୁଲ ଏବେ ରମାଦେବୀ ମହିଳା ହାୟର ସେକେଣ୍ଡାରୀ ହାଇସ୍କୁଲ ହେବାକୁ ଯାଉଛି । ଏହାକୁ ନେଇ ଅଭିଭାବକ ଏବଂ ଛାତ୍ରୀମାନେ ତେଜିଛନ୍ତି । ସ୍କୁଲ ଆଗରେ ଧାରଣା ଦେଇଛନ୍ତି ଛାତ୍ରୀ । ୟୁନିଟ୍ ୯ ବାଳିକା ସ୍କୁଲରେ ଚାଲିବ ରମାଦେବୀ ଜୁନିଅର କଲେଜ । ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର ପାଠପଢା । Lab ନଥିବାରୁ ବିଜ୍ଞାନ ବିଭାଗ ଛାତ୍ରୀ ରମାଦେବୀ ବିଶ୍ଵ ବିଦ୍ୟାଳୟରେ ପଢ଼ିବେ । ଅନ୍ୟପଟେ ୟୁନିଟ୍ ୯ ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଷ୍ପତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ସୁପାରିଶ। ରମାଦେବୀ ବିଶ୍ଵବିଦ୍ୟାଳୟ କୁଳପତି ଶୀଘ୍ର ଜୁନିଅର କଲେଜ୍ କୁ ପୃଥକ୍ କରିବାକୁ ଚାପ ପକାଉଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ଙ୍କୁ ଚିଠି ଲେଖି ଅବଗତ କଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର ନିର୍ଦ୍ଦେଶକ ।
