ଆଞ୍ଚଳିକ

ଅସହାୟତା କୁ ସହାୟ

Spread the love

ଅଲ୍ୱେଜ୍ ଉଇଥ୍ ୟୁ କ୍ଲବ, ଭୁବନେଶ୍ୱର ଆନୂକୁଲ୍ୟରେ ତଥା ଆଶାୟେଁ, ଭୁବନେଶ୍ୱର ସହଯୋଗ ରେ ୟୁନିଟ ୨ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବସ୍ତିରେ ରହୁଥିବା ପରିଚୟ ବିହୀନ ଛୋଟ ପିଲାଙ୍କୁ ନେଇ ଦୀପାବଳୀ ଉତ୍ସବ ୨୭.୧୦.୨୦୨୪ ତାରିଖ ରେ ପାଳନ କରାଯାଇଥିଲା। ଉତ୍ସବରେ ଉପସ୍ଥିତ ବରିଷ୍ଠ ସଦସ୍ୟ ତଥା ଶିକ୍ଷାବିତ୍ ମାନେ ପିଲା ମାନଙ୍କୁ ନିୟମିତ ସ୍କୁଲ ଯାଇ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଛୋଟ ଛୋଟ ପିଲାମାନେ ଅତି ଚିତ୍ତାକର୍ଷକ ନୃତ୍ୟ, ଗୀତ ପରିବେଷଣ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ପିଲାମାନଙ୍କ ହାତ ତିଆରି ଦୀପ ଜାଳି ଦୀପାବଳି ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ କ୍ଲବ ତରଫରୁ ପିଲାମାନଙ୍କୁ ୬୦ ହଳ ଜୋତା ଓ ମୋଜା ବଣ୍ଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କ୍ଲବ ର ବରିଷ୍ଠ ସଦସ୍ୟ ଶ୍ରୀ ହରେଶ ପଟ୍ଟନାୟକ, ଶ୍ରୀମତୀ ବୀଣା ଦାସ, ଡାକ୍ତର ସୌର୍ଯ୍ୟ ଦାସ , ଶ୍ରୀ ଶରତ ପାଢ଼ୀ, ଶ୍ରୀ ଶରତ ମିଶ୍ର, ଡଃ ଅର୍ଜୁନ ସାହୁ, ଶ୍ରୀମତୀ ମୀନା ମିଶ୍ର , ଶ୍ରୀ କୃପାନିଧି ବିଶ୍ଵାଳ, ବିଜୁ ପଟ୍ଟନାୟକ କଲେଜ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀମତୀ ମୀନତି ଆଚାର୍ଯ୍ୟ , ଶ୍ରୀମତୀ ଅନୁରାଧା ତ୍ରିପାଠୀ, ଶ୍ରୀମତୀ ଗୀତାଞ୍ଜଳି ବିଶ୍ଵାଳ, ନୀରଜପ୍ରଭା ଲେଙ୍କା ଓ ଜୟ ଲକ୍ଷ୍ମୀ ପଟ୍ଟନାୟକ ଆଦି ଓ ଆଶାୟେଁ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ।କ୍ଲବ ର ସଭାପତି ଶ୍ରୀ ଜଗନ୍ନାଥ ପ୍ରସାଦ ମିଶ୍ର ଓ ବରିଷ୍ଠ ସଦସ୍ୟ ଶ୍ରୀ ସୁରେଶ ପାଢ଼ୀ ଙ୍କ ପ୍ରେରଣାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Leave a Reply

Your email address will not be published. Required fields are marked *