ଜୁଲାଇ ୨୦ ତାରିଖ, ଗୁରୁବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ – ଆଜି ଦିନଟି ରେ ଭ୍ରମଣ ର ଯୋଗ ରହିଛି । ବାହ୍ୟ ସ୍ଥାନ ରୁ ସମ୍ମାନ ପ୍ରାପ୍ତି ହେବ । ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବା ସହ ।ସମୟ ମଧ୍ୟ ନଷ୍ଟ ହେବ ।ପାରିବାରିକ ଜୀବନ ସୁଖ ମୟ ହେବ ।ବ୍ୟବସାୟ ରେ ଭଲ ଲାଭ ମିଳିପାରେ ।
ବୃଷ – ସମ୍ମାନ ରେ ହାନି ଘଟିବ। ଘରେ କିମ୍ବା ବାହାରେ ଅପଦସ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇ ପାରେ । ଯାନବାହାନ ରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ।କିଛି ନୂତନ ସମ୍ପତ୍ତି ଅର୍ଜନ ହେତୁ ଆଜିର ପରିବେଶ ସୁଖଦ ହେବ ।
ମିଥୁନ- ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ବ୍ୟବସାୟ ମଧ୍ୟମ ହେବ ।ମନ ସାମାନ୍ୟ ଅଶାନ୍ତ ରହିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । କର୍ମ କ୍ଷେତ୍ର ରେ ସାମାନ୍ୟ କଳହ ରହି ପାରେ ।
କର୍କଟ – ସମ୍ମାନ ପ୍ରାପ୍ତି କରିବେ । କୌଣସି ସ୍ଥାନ ରୁ ମଧ୍ୟ ପୁରସ୍କୃତ ହେବେ । ତାହା ସତ୍ବେ ଆଳସ୍ୟ ର ବଶବର୍ତ୍ତୀ ମଧ୍ୟ ହେବେ । ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।
ସିଂହ- ମନରେ ବିଷାଦ ସୃଷ୍ଟି ହେବ । ଖର୍ଚ୍ଚାନ୍ତ ହେବେ। ଯାନବାହାନ ରେକ ସତର୍କତା ଅବଲମ୍ବନ କରନ୍ତୁ । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ।
କନ୍ୟା- ମନା ଉତ୍ସାହିତ ରହିବ ପ୍ରଫୁଲ୍ଲ ରହିବ । ଆୟ ଉତ୍ତମ ରହିଲେ ମଧ୍ୟ ଖର୍ଚ୍ଚ ମଧ୍ୟ ସମ୍ମାନ ପରିମାଣ ରେ ହେବ ବିଦ୍ୟାର୍ଥୀ ମାନେ ପରିଶ୍ରମ ର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ ।ଚାକିରି କ୍ଷେତ୍ର ରେ ଉଚପଦସ୍ଥ ହେବେ ।
ତୁଳା – ବିଦେଶ ଯାତ୍ରା ରେ ଶୁଭ ଫଳାଫଳ ମିଳିବ । କର୍ମ ଫଳ ନିଶ୍ଚୟ ପ୍ରାପ୍ତି ହେବ । ସେବା ପୂଜା ରେ ମନୋନିବେଶ କରିବେ ।କିଛି ନୂଆ କାର୍ଯ୍ୟ ର ଆରମ୍ଭ ଆପଣ ଆଜି କରିପାରନ୍ତି । ଜୀବନସାଥୀ ଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇ ପାରେ ।
ବିଛା – ମାନ ସମ୍ମାନ ରେ ବୃଦ୍ଧି ଘଟିବ । ଗୃହ ରେ ଶୁଭ କାର୍ଯ୍ୟ ପ୍ରାପ୍ତି ହେବ ।ଧନଧାନ୍ୟ ରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀ ଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତି ଙ୍କୁ ନୂଆ ସ୍ଥାନ ପ୍ରପ୍ତିଭୋଇ ପାରେ ।
ଧନୁ – ସୁଖ ହାନି ହୋଇ ପରେ । ଆୟାଠାରୁ ବ୍ୟୟ ଅଧିକ ରହିବ ।ଖର୍ଚ୍ଚାନ୍ତ ହେବେ। ଯାନବାହାନ ରେ ସତର୍କତା ଅବଲମ୍ବନ କରନ୍ତୁ । ବନ୍ଧୁ ଙ୍କ ସହଯୋଗ ପାଇ ଖୁସି ଅନୁଭବ କରିବେ ।ଆପଣ କାର୍ଯ୍ୟ କ୍ଷେତ୍ର ରେ ଚଳଚଞ୍ଚଳ ରହିବେ ।
ମକର – ସର୍ବ କାର୍ଯ୍ୟ ସିଦ୍ଧି ଘଟିବ ହେଲେ ମଧ୍ୟ ଶତ୍ରୁ ଙ୍କ ଭୟ ରହିବ ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ ।ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ ।
କୁମ୍ଭ – ସବୁ କ୍ଷେତ୍ର ରେ ଶୁଭ ହେବ । ଅଟକୁଥିବ କାର୍ଯ୍ୟ ଏ ସମାପ୍ତି ଘଟିବ। ଦୁର୍ଜନ ଙ୍କ ଠାରୁ ଦୂରେଇ ରହିଲେ ଭଲ ।ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ ।
ମୀନ- ଅର୍ଥ ବିଷୟକୁ ନେଇ ଚିନ୍ତା ରେ ରହିବେ । ପରିବାର ରେ କଳହ ଯୋଗ ରହିଛି କୌଣସି ମାନସିକ ଚିନ୍ତା ରେ ପଡ଼ି ପାରନ୍ତି । କାହାକୁ ଆଜି ଉଧାର ଦିଅନ୍ତୁ ନାହିଁ । ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଘଟିବ । କାର୍ଯ୍ୟ କ୍ଷେତ୍ର ରେ କିଛି ନୂଆ ସୁଯୋଗ ମିଳିବ ।
