ଦେଶ ବିଦେଶ

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ତଲହା ବାଂଲାଦେଶରୁ ଗିରଫ, ପତ୍ନୀଙ୍କ ନିକଟରୁ ମିଳିଲା ଭାରତୀୟ ପାସପୋର୍ଟ

Spread the love

ଭାରତର ମୋଷ୍ଟ ୱାଣ୍ଟେଡ୍ ଅଲକାଏଦା ଆତଙ୍କବାଦୀ ଇକରାମୂଲ ହକ୍ ଓରଫ ଅବୁ ତଲହାକୁ ତା ପତ୍ନୀ ଫାରିୟା ଆଫ୍ରିନ୍‌ ସହିତ ବାଂଲାଦେଶରେ ଗିରଫ କରାଯାଇଛି। ଇକରାମୂଲ ଓରଫ ଅବୁ ତଲହାର ନାମ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ସୂଚୀରେ ରହିଛି। ତା ବିରୋଧରେ ଅନୁନ୍ୟ ୧୦ଟି ମାମଲା ରୁଜୁ ହୋଇଛି। ଉଗ୍ରବାଦୀଙ୍କ ଯାଞ୍ଚ କାଳରେ ଗୁପ୍ତଚାର ତାକୁ ଇକରାମୂଲ ହକ୍ ଭାବେ ଚିହ୍ନଟ କରିଛନ୍ତି। ଅବୁ ତଲହାର ପତ୍ନୀ ଫାରିୟା ଆଫ୍ରିନ୍‌ର ଭାରତୀୟ ପାସପୋର୍ଟ ରହିଛି। ତେବେ ଅଲକାଏଦା ଇଣ୍ଡିଆ ସବ କଣ୍ଟିନେଣ୍ଟ(ଏକ୍ୟୁ ଆଇଏସ) ନେତା ଇକରାମୂଲ ହକ ଓ ତା ପତ୍ନୀ ବାଂଲାଦେଶୀ ନାଗରିକ। ତଦନ୍ତ କାଳରେ ଆଫ୍ରିନ ଓରଫ ମରିୟମ ଖାତୁନର ପିତା ନନ୍ନୁ ମିଆଁ ପଶ୍ଚିମବଙ୍ଗ କୁଚବିହାରର ନାଗରିକ ବୋଲି ଜଣାପଡିଛି। ନନ୍ନୁ ମିଆଁ ଏବେ ଫେରାର ଅଛି। ତେବେ ତଦନ୍ତ କାଳରେ ନନ୍ନୁର ମରିୟମ ନାମରେ କେହି ଝିଅ ନଥିବା ଜଣାପଡିଛି। କିଛିମାସ ପୂର୍ବେ ଗୁପ୍ତଚରଙ୍କ ହାତରେ ନନ୍ନୁ ଧରାପଡିଥିଲା। ତାକୁ ପଚରା ଉଚରା କରାଯାଇଥିଲା ଓ ସେତେବେଳେ ସେ ଏକ୍ୟୁଆଇଏସ୍ ର ସ୍ଲିପର ସେଲ ସଦସ୍ୟ ବୋଲି ଜଣାପଡିଥିଲା। ଢାକାରେ ଗିରଫ ହୋଇଥିବା ଅବୁ ତଲହା ଏବେ ବାଂଲାଦେଶ ପୋଲିସ ହାଜତରେ ଅଛି। ତେବେ ନନ୍ନୁ ମିଆଁ ବାଂଲାଦେଶୀ ଆତଙ୍କବାଦୀଙ୍କ ଲାଗି ଭାରତୀୟ କାଗଜପତ୍ର ପ୍ରସ୍ତୁତିରେ ମାଷ୍ଟରମାଇଣ୍ଡ ଥିଲା ବୋଲି ଜଣାପଡିଛି। ଗତବର୍ଷ ଅଗଷ୍ଟ ମାସରେ ଏସଟିଏଫ ଉତ୍ତର ୨୪ ପ୍ରଗଣା ଅଞ୍ଚଳରୁ ଅବଦୂର ରକିବ ସରକାର ଓରଫ ହବିବୁଲ୍ଲାକୁ ଗିରଫ କରିଥିଲା। ସେ ପଶ୍ଚିମବଙ୍ଗରେ ଏକ୍ୟୁଆଇଏସ୍‌ର ନେତା ଥିଲା। ହବିବୁଲ୍ଲାକୁ ପଚରା ଉଚରା କରାଯିବା ବେଳେ ତାଠାରୁ ଅବୁତଲହା ସମ୍ପର୍କରେ ଏଟିଏସକୁ ସୂଚନା ମିଳିଥିଲା।

Leave a Reply

Your email address will not be published. Required fields are marked *