ଦେଶ ବିଦେଶ

ବିରାଡ଼ିଙ୍କଠାରେ ଭାରତର ପ୍ରଥମ ବାର୍ଡ ଫ୍ଲୁ

Spread the love

ଭାରତରେ ପ୍ରଥମ ଥର ପାଇଁ ପୋଷା ବିରାଡ଼ିଙ୍କଠାରେ ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା (ଏଚ୍୫ଏନ୍୧) ଚିହ୍ନଟ ହୋଇଥିବା ବେଳେ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ଏହାର କେନ୍ଦ୍ରବିନ୍ଦୁ ପାଲଟିଛି। ବୈଜ୍ଞାନିକମାନେ ଏବେ ସ୍ତନ୍ୟପାୟୀ ପ୍ରାଣୀମାନଙ୍କଠାରେ ଏହି ଭୂତାଣୁ ସଂକ୍ରମିତ ହେବା ଏବଂ ମନୁଷ୍ୟ ପାଇଁ ଏହାର ସମ୍ଭାବ୍ୟ ବିପଦକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି।ନାଗପୁର ସୀମାରେ ଅବସ୍ଥିତ ଛିନ୍ଦୱାଡାରେ ଗତବର୍ଷ ଡିସେମ୍ବରରେ ବାର୍ଡ ଫ୍ଲୁରେ ବିଲେଇଙ୍କ ମୃତ୍ୟୁ ଘଟିଥିଲା। ଏଚ୍୫ଏନ୍୧ ମୁଖ୍ୟତଃ ଏକ ଏଭିଆନ୍ ଭୂତାଣୁ, କିନ୍ତୁ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ମ୍ୟୁଟେସନ୍ ସ୍ତନ୍ୟପାୟୀ ପ୍ରାଣୀମାନଙ୍କଠାରେ ଏହାକୁ ସଂକ୍ରମିତ ଓ ନକଲ କରିବାକୁ ସ୍ଥିତି ସୃଷ୍ଟି କରିପାରେ।  ଜଣେ ବୈଜ୍ଞାନିକ କହିଛନ୍ତି, କୋଭିଡ୍-୧୯ ଭଳି ଇନଫ୍ଲୁଏଞ୍ଜା ଭୂତାଣୁ ମହାମାରୀ ସୃଷ୍ଟି କରିବାର ସମ୍ଭାବନା ଥିବାରୁ ଚିନ୍ତା ବଢ଼ିଛି।

Leave a Reply

Your email address will not be published. Required fields are marked *