ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ବୃଦ୍ଧ !
ଆନନ୍ଦପୁର: ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ବୃଦ୍ଧ । ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି । ଆନନ୍ଦପୁର ବ୍ଲକ ଟୋଲଙ୍କପଡା ଗାଁର ରାମଚନ୍ଦ୍ର ସାହୁ ନାମକ ବ୍ୟକ୍ତି ଗାଁ ନିକଟସ୍ଥ କୁଷେଇ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ଭାସି ନିଖୋଜ ହୋଇଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବୃଦ୍ଧଙ୍କ କୌଣସି ସନ୍ଧାନ ମିଳିନାହିଁ ।

