ଜୁଲାଇ ୦୬ ତାରିଖ, ଗୁରୁବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ – ଆଜିର ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ରହିଛି । ମନ ପ୍ରଫୁଲ୍ଲିତ ରହିବା ସହ ଶରୀର ସୁସ୍ଥ ରହିବ ।ସର୍ବ କାର୍ଯ୍ୟ ରେ ସିଦ୍ଧି ଘଟିବ । ଧାର ଦେଇଥିବା ପଇସା ଆଜି ଆପଣ ଫେରସ୍ତ ପାଇବେ । ନୂତନ ବସ୍ତୁ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ ।
ବୃଷ – ଆଳସ୍ୟ ବୃଦ୍ଧି ହେବ । ଆର୍ଥିକ ବ୍ୟୟ ଅଧିକ ହେବ । ପରିବାରରେ ଚାହୁଁନଥିଲେ ମଧ୍ୟ ବାହ୍ୟ ସମସ୍ୟା ଆସି ପହଞ୍ଚିବ । ବ୍ୟବସ୍ଥାରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇ ନ ପାରେ । ଅଙ୍ଗ ରେ କ୍ଳେଶ ଓ ଆଘାତ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି ।
ମିଥୁନ – ଅର୍ଥ ବିଷୟକ ଚିନ୍ତାରେ ରହିବେ । କର୍ମ ସଂସ୍ଥାନରେ ପ୍ରଶଂସା ମିଳିବ । ପତ୍ନୀଙ୍କ କଥା ମନିଚାଲିଲେ ଦିନଟି ଅଧିକ ଭଲ ହେବ ।ବାକି ଥିବା କାର୍ଯ୍ୟ କାଲି ସଂପୂର୍ଣ୍ଣ ହେବ । ବ୍ୟବସାୟରେ କିଛି ନୂଆ କରିବାର ଆଶାରେ ରହିବେ । ଛାତ୍ର ଛାତ୍ରୀ ମାନେ ଉନ୍ନତି ପଥ ଅନୁସରଣ କରିବେ ।
କର୍କଟ – କୌଣସି ସ୍ଥାନ ରୁ ଶୁଭ ଖବର ପ୍ରାପ୍ତ ହେବ। କର୍ମ କ୍ଷେତ୍ର ରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ । ରୋଜଗାର ଅପେକ୍ଷା ରେ ଥିବା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ର ସମ୍ଭାବନା ରହିଛି ।କ୍ୟାରିୟର କୁ ନେଇ ଛାତ୍ର ଛାତ୍ରୀ ମାନେ ଚିନ୍ତା ରେ ରହିବେ ।ବ୍ୟବସାୟୀ ମାନେ ଦୂର ଯାତ୍ରା କରି ପାରନ୍ତି।
ସିଂହ – ହଠାତ୍ ଧନ ପ୍ରାପ୍ତି ର ଯୋଗ ଆପଣଙ୍କର ରହିଛି । ଚାକିରି କ୍ଷେତ୍ର ରେ ପ୍ରଶଂସା ମିଳିବ । ଦେହ ମନ ସୁସ୍ଥ ରହିବ। ବ୍ୟବସାୟ ରେ ବାକି ରହିଥିବା କାର୍ଯ୍ୟ ର ଆରମ୍ଭ ହେବ । ପାରିବାରିକ ଜୀବନ ସୁଖ ମୟ ହେବ ।ଛାତ୍ର ଛାତ୍ରୀ ମାନେ ଖେଳକୁଦ ରେ ବିଜୟ ହାସଲ କରିବେ ।
କନ୍ୟା – ନୂତନ କିମ୍ବା ପୁରୁଣା କାର୍ଯ୍ୟ ରେ ହାନି ଘଟି ପାରେ । ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ମାଲି ମାକୋଦ୍ଦମା କୁ କାଲି ସମୂର୍ଣା କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ ।ଜୀବନ ସାଥି ଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ଛାତ୍ର ଛାତ୍ରୀ ମାନେ ପାଠ ରେ ଯଥେଷ୍ଟ ମନଯୋଗ ଦେବେ ।
ତୁଳା – ନିଜର କାର୍ଯ୍ୟ ଦକ୍ଷତା ଯୋଗୁଁ ଅନେକ ସମ୍ମାନ ପ୍ରାପ୍ତି କରିବେ । ଆର୍ଥିକ ବ୍ୟୟ ହେବା ।ବ୍ୟବସାୟ ରେ ଉନ୍ନତି ଦେଖିବାକୁ ମିଳିବ ବଡ଼ ସଫଳତା ମିଳି ପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ ।ଅଧିକ ପରିଶ୍ରମ ରେ ଦିନଟି କାଟିବ । ଛାତ୍ର ଛାତ୍ରୀ ମାନେ ସମୟ ନଷ୍ଟ କରିବେ ।
ବିଛା – । ଅନ୍ୟ ସ୍ଥାନ କୁ ଭ୍ରମଣ ର ଯୋଗ ରହିଛି ପତ୍ନୀ ଙ୍କ ସହଯୋଗ ମିଳିବ । ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ହେବେ । ଆର୍ଥିକ ସ୍ଥିତି ମଧ୍ୟମ ରହିବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ହୋଇ ପାରେ । ପରିଶ୍ରମ ସମୟ ଅଧିକ ରହିବ ।
ଧନୁ – ଶାରୀରିକ ସମସ୍ୟା ଦେଖା ଦେବ ।ତଳିପେଟ ରେ ଯନ୍ତ୍ରଣା ଦେଖା ଦେବ ।ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମ ରେ ଅଳ୍ପ ଲାଭ । ଚାଲୁଥିବ କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।
ମକର – ପରିବାରରେ ସୁଖ ସମ୍ମାନ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ସହିତ ,ଦାମ୍ପତ୍ୟ ଜୀବନ ସୁଖ ମୟ ହେବ ।ଚାକିରି କ୍ଷେତ୍ର ରେ ଉନ୍ନତି ଘଟିବ । ମିତ୍ର ଙ୍କ ଠାରୁ ସାହାଯ୍ୟ ମିଳିବ । ଧନ ପ୍ରାପ୍ତିର ସମ୍ଭାବନା ରହିଛି ।କିଛି ନୂଆ କରିବାକୁ ପ୍ରେରଣା ମିଳିବ ।
କୁମ୍ଭ – ବ୍ୟୟ ବୃଦ୍ଧି ହେବ । ନିଜ କ୍ରୋଧ କୁ ନିଜ ଆୟତ୍ତ ରେ ରଖନ୍ତୁ ।ନହେଲେ ଅସୁବିଧା ରେ ସମ୍ମୁଖୀନ ହେବେ । ଚାକିରି କ୍ଷେତ୍ର ରେ ଉନ୍ନତି ଘଟିବ । ମିତ୍ର ଙ୍କ ଠାରୁ ସାହାଯ୍ୟ ମିଳିବ । ଧନ ପ୍ରାପ୍ତିର ସମ୍ଭାବନା ରହିଛି ।କିଛି ନୂଆ କରିବାକୁ ପ୍ରେରଣା ମିଳିବ । ମାନ ପ୍ରଫୁଳିତ ରହିବ।
ମୀନ – ଆୟ ର ଯୋଗ ରହିଛି ।ଛଳନା ଓ ଛନ୍ଦ କପଟ ର ଶିକାର ହୋଇ ପାରନ୍ତି ।ଲାଗି ରହିଥିବା ମାଲି ମକୋଦ୍ଦମା ର କାଲି ଅନ୍ତ ଘଟିବ ।ସରକାରୀ ଯୋଜନା ର ସଂପୂର୍ଣ୍ଣ ଲାଭ ମିଳିବ ।ଛାତ୍ର ଛାତ୍ରୀ ମାନେ କ୍ୟାରିୟର ପ୍ରତି ଅଧିକ ଯତ୍ନବାନ ହେବେ । ମନ ରେ ବିଷାଦ ଭାବ ରହିବ ।
