ରାଜ୍ୟ

ଜନସେବା କେନ୍ଦ୍ର ଏବଂ ଡାକଘର ସମ୍ମୁଖରେ ଲମ୍ବା ଲାଇନ୍ !

Spread the love

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦେହୁର୍ଦ୍ଦା ଉପ ଡାକଘର ସାମ୍ନାରେ ଲାଗିଛି ଲମ୍ବା ଲାଇନ । ଆଧାର ସହ ମୋବାଇଲ ନମ୍ବର ସଂଯୋଗ ପାଇଁ ହିତାଧିକାରୀ ସାରା ରାତି ଜଗି ରହିଛନ୍ତି । ଏପରିକି ସଂଧ୍ୟାରୁ ଆସୁଥିବ କିଛି ଲୋକେ ମଧ୍ୟ ନିଜ ନିଜ ମଧ୍ୟରେ ସିରିଏଲ କରୁଥିବା ଦେଖିବାକୁ ମିଳିଛି । ସୁଭଦ୍ରା ପାଇଁ ରାତି ଅନିଦ୍ରା । ଆଧାର ସଂଶୋଧନ ପାଇଁ ସାରା ରାତି ଡାକଘର ଜଗି ରହିଲେ ହିତାଧିକାରୀ ।ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ସାମିଲ ହେବାକୁ ହେଲେ ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି କୁହାଯାଇଛି । ତେବେ କିଛି ମହିଳାଙ୍କ ଆଧାର ସହ ମୋବାଇଲ ନମ୍ବର ସଂଯୋଗ ଥିବା ବେଳେ ଅଧିକାଂଶ ମହିଳାଙ୍କ ଆଧାରରେ କୌଣସି ମୋବାଇଲ ନମ୍ବର ସଂଯୋଗ ନାହିଁ । ଫଳରେ ବିଭିନ୍ନ ଜନସେବା କେନ୍ଦ୍ର ଏବଂ ଡାକଘର ସମ୍ମୁଖରେ ଲମ୍ବା ଲାଇନ୍ ଲଗାଉଛନ୍ତି ହିତାଧୀକାରୀ ।ଅନ୍ୟପଟେ ଭୋଗରାଇ ବ୍ଲକର କିଛି ଜନସେବା କେନ୍ଦ୍ରରେ ଆଧାର ସଂଶୋଧନ ପାଇଁ କର୍ମଚାରୀ ଅଧିକ ଟଙ୍କା ନେଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି । ବୋଝ ଉପରେ ନଳିତା ବିଡା ପରି ଲୋକମାନେ ଭୋକ ଉପାସରେ ପଡ଼ି ରାତିରୁ ଲମ୍ବା ଲାଇନରେ ଅପେକ୍ଷା କରି ମଧ୍ୟ ଆଧାର ସାଇଟ୍ ଅସୁବିଧାରେ ସମ୍ମୁଖୀନ ହେଇ ସନ୍ଧ୍ୟାରେ ନିରାଶ ହୋଇ ଘରକୁ ଫେରି ଆସୁଥିବା ଦେଖିବାକୁ ମିଳିଛି। ପୁଣି ଦଳାଚକଟା ପରିସ୍ଥିତି ମଧ୍ୟ ଦେଖା ଦେଇଛି ।

Leave a Reply

Your email address will not be published. Required fields are marked *