ତିରୁପତି ତିରୁମାଳା ମନ୍ଦିର ଭୋଗ ଲଡୁରେ ପଶୁ ଚର୍ବି
ପ୍ରସିଦ୍ଧ ତିରୁପତି ତିରୁମାଳା ମନ୍ଦିର ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛି । ବାଲାଜୀଙ୍କ ମନ୍ଦିରରେ ମିଳୁଥିବା ଲଡୁ ଭୋଗରେ ପଶୁ ଚର୍ବି ସହ ମାଛ ତେଲ ଆଦି ମିଶିଥିବା ନେଇ ଅଭିଯୋଗ ହୋଇଛି ।
ଜାତୀୟ ଡାଏରୀ ବିକାଶ ବୋର୍ଡ ଲଡୁରେ ଚର୍ବି ଥିବା ସ୍ପଷ୍ଟ କରିଛନ୍ତି । ରିପୋର୍ଟ ଅନୁଯାୟୀ, ତିରୁପତି ବାଲାଜୀରେ ଲଡୁ ଭୋଗ ପାଇଁ ମାଛ ତେଲ, ପଶୁ ଚର୍ବି ଆଦି ବ୍ୟବହୃତ ହେଉଛି । ଆଶ୍ଚର୍ଯ୍ୟ କଥା ହେଉଛି, ପ୍ରସାଦ କେବଳ ଭକ୍ତଙ୍କୁ ବଣ୍ଟାଯାଏ ତାହା ନୁହେଁ ବରଂ ଭଗବାନଙ୍କ ନିକଟରେ ମଧ୍ୟ ଏହି ଲଡୁ ଭୋଗ କରାଯାଏ ।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲଡୁରେ ପଶୁ ଚର୍ବି ଓ ମାଛତେଲ ଥିବା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, ଜଗନମୋହନ ରେଡ୍ଡୀ ସରକାରଙ୍କ ସମୟରେ ଲଡୁ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛ ତେଲ ରହିଥିଲା । ଏହାପରେ ଘିଅ ନମୁନା ଯାଞ୍ଚ ପାଇଁ ଗୁଜରାଟ ପଠା ଯାଇଥିଲା ।

