ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେcc ସେନା ପୋଷ୍ଟ ଉପରେ ଗ୍ରେନେଡ୍ ଆକ୍ରମଣ
ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆଜି ସେନା ପୋଷ୍ଟ ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଛି । ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଆତଙ୍କବାଦୀମାନେ ଦୁଇଟି ଗ୍ରେନେଡ୍ ସାହାଯ୍ୟରେ ସେନା ପୋଷ୍ଟ ଉପରେ ଆକ୍ରମଣ କରିଛନ୍ତି ।ଦୀର୍ଘ ସମୟରୁ ଆତଙ୍କବାଦୀମାନେ ସୁରାନକୋଟ ଅଞ୍ଚଳରେ ଲୁଚିକି ବସିଥିଲେ । ମଉକା ଦେଖି ସେନା ପୋଷ୍ଟ ଉପରକୁ ଦୁଇଟି ଗ୍ରେନେଡ୍ ଫିଙ୍ଗିଥିଲେ । ସେଥି ମଧ୍ୟରୁ ଗୋଟିଏ ଫାଟିଥିଲା । ସୁରକ୍ଷା ବାହିନୀ ଦୁଇଟି ଗ୍ରେନେଡକୁ ନିଷ୍କ୍ରିୟ କରିଦେଇଥିବା ଜଣାଯାଇଛି । ତେବେ ଫାଟିଥିବା ଗ୍ରେନେଡର ସେଫ୍ଟି ପିନ୍ ସୈନ୍ୟ ଶିବିରର ଚାରି କାନ୍ଥ ନିକଟରୁ ମିଳିଥିଲା ।

