ଆଜିର ରାଶିଫଳ
ମେଷ : ସାଧାରଣ କଥାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ । ଯାତ୍ରା, ବାଣିଜ୍ୟ ଓ ପରିବହନ କ୍ଷେତ୍ରରୁ ଲାଭବାନ୍ ହେବେ । ସ୍ବାସ୍ଥ୍ୟ ସମସ୍ୟାର ଉପଚାର କରିବା ସହଜସାଧ୍ୟ ନ ହୋଇପାରେ ।
ବୃଷ : ଆଜି ପରିବାର ସହିତ ଖୁସିର ସମୟ କାଟିବେ । ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିଲେ ମଧ୍ୟ କିଛି କରିପାରିବେ ନାହିଁ । ପ୍ରଶାସନ, ପ୍ରକାଶନ, ଅଧ୍ୟୟନ, ଅଧ୍ୟାପନା ଓ ସାମ୍ବାଦିକତା ଏବଂ ଚଳଚ୍ଚିତ୍ର କ୍ଷେତ୍ରରୁ ଶୁଭଫଳ ମିଳିବ ।
ମିଥୁନ : କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ସାମ୍ନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ । ଅନ୍ୟମନସ୍କତାରୁ କେତେକ ଭୁଲ୍ କରି ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ ।
କର୍କଟ : ଆଜି ଆତ୍ମୀୟଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ ହେବ । ଖର୍ଚ୍ଚଭାର ବୃଦ୍ଧି କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି । କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି ।
ସିଂହ : ଅର୍ଥଲାଭ କରାଇବା ସହ ସମସ୍ୟା ସମାଧାନ ରାସ୍ତା ପରିଷ୍କାର କରିଦେବେ । ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି । ନିଜ ପରିସରର ପିଲାଙ୍କ ସକାଶେ ଅନ୍ୟ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିବ ।
କନ୍ୟା : ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ । ଯାତ୍ରାରେ ସଫଳତା ମିଳିବ, ତଥାପି କାମର ଚାପ ବହୁତ ବଢ଼ିଯିବ । କର୍ମକ୍ଷେତ୍ରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ ।
ତୁଳା : ଆଜି କୌଣସି କାରଣରୁ ମନ ଅସ୍ଥିର ରହିବ । କୌଣସି ମୂଲ୍ୟବାନ୍ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି । ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନାହିଁ ।
ବିଛା : ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାତେଇବେ । ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ଗୁଡ଼ାଏ କାମ ହାତକୁ ନେଇ ବ୍ୟଥିତ ହେବେ ।
ଧନୁ : ଆତ୍ମୀୟଙ୍କୁ କାମରେ ସାହାଯ୍ୟ କରିବାକୁ ପ୍ରବର୍ତ୍ତାଇବ । ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ ।
ମକର : ଆଜି କିଛି ପରିସ୍ଥିତି ବଦଳିଯିବା ସାଙ୍ଗକୁ ସଂକଟମୁକ୍ତ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତାର ପ୍ରଭାବ ଅନୁଭବ କରିବେ । ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇପାରନ୍ତି ।
କୁମ୍ଭ : କର୍ମୋନ୍ନତି ସହ ସମ୍ମାନଜନକ ସ୍ଥିତିକୁ ନେବାରେ ସମର୍ଥ ହେବେ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି । ବନ୍ଧୁମାନଙ୍କ ସହାୟତାରେ ବାଣିଜ୍ୟ,ବ୍ୟବସାୟ ଓ ପରିବହନରୁ ଲାଭବାନ୍ ହେବେ ।
ମୀନ : କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ଆଶଙ୍କାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢ଼ିଯିବାର ସୂଚନା ରହିଛି ।

