ଆଜିର ରାଶିଫଳ
ମେଷ : ଆଜି ସକାଳୁ ବନ୍ଧୁମିଳନରୁ ବହୁତ ଖୁସି ହୋଇପାରନ୍ତି । ସ୍ତ୍ରୀଙ୍କ ଅମନଯୋଗୀ ଓ ଚିଡ଼ିଚିଡ଼ା ସ୍ବଭାବଜନିତ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ଆପୋସ ଆଲୋଚନା ଦ୍ୱାରା ମାଲିମକଦ୍ଦମାର ସମାଧାନ ହୋଇଯାଇପାରେ । ସରକାରୀ ସହାୟତା ପାଇବେ ।
ବୃଷ : ଆଜି କର୍ମକ୍ଷେତ୍ରରେ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ । ପଡ଼ୋଶୀଙ୍କ ସହାନୁଭୂତିରୁ ପାରିବାରିକ ଜୀବନରେ ଟେନ୍ସନ ଟିକିଏ ମାତ୍ରରେ କମିଯିବ । ପ୍ରତ୍ୟେକ କାମରେ ସହଯୋଗ ଭିତ୍ତିରେ କାମକଲେ ଉପକାର ପାଇବେ । ଶିଳ୍ପ, ରପ୍ତାନି, ବାଣିଜ୍ୟ, ପରିବହନ, ପ୍ରଶାସନ ପ୍ରଭୃତିରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ।
ମିଥୁନ : ଭାବପ୍ରବଣତାକୁ ଲଗାମଦେଇ ଚୁପ୍ଚାପ୍ ରହି ଆଗକୁ ବଢ଼ିଲେ ସବୁ ଠିକ୍ ହୋଇଯିବ । ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର ନ କଲେ ପରେ ଅନୁତାପ କରିବେ । ସ୍ତ୍ରୀଙ୍କ ସହଯୋଗରୁ ରଚନାମତ୍କ କାର୍ଯ୍ୟ, ଗବେଷଣା, ବାଣିଜ୍ୟ କ୍ଷେତ୍ରରେ ଉନ୍ନତି କରିବେ । ରାଜନୀତିରେ ଏବଂ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।
କର୍କଟ : କର୍ମ ପରିସର ବୃଦ୍ଧି ହେତୁ ଏକାଧିକ କାମରେ ଅନୁପ୍ରବେଶ କରିବା ଜନିତ ବ୍ୟସ୍ତତା ବୃଦ୍ଧିପାଇବ । ମିଠା କଥା କହି ବନ୍ଧୁଙ୍କ ଦ୍ୱାରା କାମ ହାସଲରେ ସମର୍ଥ ହେବେ । ବ୍ୟବସାୟ, ପରିବହନ, ଶିଳ୍ପ ଓ ଏଜେନ୍ସିପ, ସାହିତ୍ୟ ତଥା ସାମ୍ବାଦିକତାରୁ ଖୁସି ରହିବେ । ସ୍ବାସ୍ଥ୍ୟ ସଚେତନତା ଅଭାବରୁ ପୁରାତନ ରୋଗପୀଡ଼ା ଅନୁଭବ ହୋଇପାରେ ।
ସିଂହ : ଦୂରଦର୍ଶିତା କାରଣରୁ କାର୍ଯ୍ୟ ହାସଲଜନିତ ମାନସିକ ସ୍ଥିତି ଭଲ ରହିବ । ଯେଉଁ ଜିନିଷଟିକୁ ପାଇବାକୁ ବହୁ ଦିନରୁ ଆଶା କରିଥିଲେ ତାହା ଆଜି ପାଇବେ । ବିତର୍କରେ ଅଂଶଗ୍ରହଣକରି ସାଧାରଣ ଘଟଣାରୁ ସୃଷ୍ଟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ରାଜନୀତି, ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି ।
କନ୍ୟା : ନିଜ ପରିସରରେ ସ୍ନେହ, ଶ୍ରଦ୍ଧା ପାଇ ଆମତ୍ତୃପ୍ତି ଲାଭ କରିବେ । ସହକର୍ମୀ କିମ୍ବା ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଟେନ୍ସନ କମିଯିବ ଏବଂ ସହଯୋଗ ଭିତ୍ତିରେ କାମକଲେ ଉପକାର ପାଇବେ ।
ତୁଳା : ଅତୀତର ସ୍ମୃତି ମନେପକାଇ ଖୁସି ହୋଇପାରନ୍ତି । ଅନ୍ୟ ମନସ୍କତା ପରିହାରକରି ଯାତ୍ରାକାଳୀନ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ । ସଭାସମିତିରେ ଯୋଗ ଦେଲେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଲାଭବାନ୍ ହେବେ । ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ ।
ବିଛା : ଆଜି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ । ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି । କର୍ମକ୍ଷେତ୍ରରେ ସ୍ଥାନାନ୍ତର ପରିପ୍ରେକ୍ଷୀରେ ଉଚ୍ଚକର୍ତ୍ତୃପକ୍ଷ ସହଯୋଗର ପ୍ରତିଶ୍ରୁତି ଦେବେ । ରଚନାମତ୍କ କାମ, କଳାସଂସ୍କୃତି, ମନୋରଞ୍ଜନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିପାରନ୍ତି ।
ଧନୁ : ନିଜର ଦକ୍ଷତା ଓ ସହଯୋଗୀ ମନୋବୃତ୍ତି କାରଣରୁ କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ଆଜି ପରିବାରରେ କେତେକ ବ୍ୟତିକ୍ରମ କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ । ଦେହ ଭଲ ରହିଲେ ମଧ୍ୟ ସାମୟିକ ବାତବ୍ୟାଧି ଜନିତ ରୋଗରେ କଷ୍ଟ ପାଇପାରନ୍ତି ।
ମକର : ବିବାଦୀୟ ମନ୍ତବ୍ୟଜନିତ କିମ୍ବା ପରିବାରରେ ସାମାନ୍ୟ ଭୁଲ୍ରୁ କାମ ବିଶୃଙ୍ଖଳିତ ହୋଇପାରେ । ସାମାଜିକ କ୍ଷେତ୍ରରେ ନୀଚ ମନୋଭାବ ସମ୍ପନ୍ନ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ । ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବାଧ୍ୟ ହେବେ । ବନ୍ଧୁ ପରିଜନଙ୍କ ସହ ଦେବଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ ।
କୁମ୍ଭ : ବିଶିଷ୍ଟ ବ୍ୟକ୍ତିଙ୍କ ଆମନ୍ତ୍ରଣ ରକ୍ଷାକରି ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ । ବନ୍ଧୁମାନେ ନିର୍ଦ୍ଦିଷ୍ଟ ସମୟରେ ଠିକ୍ ଖବର ଦେବାରେ ହେଳା କରିପାରନ୍ତି, ଯାହାକି ମାନସିକ ବ୍ୟସ୍ତତାର କାରଣ ହୋଇପାରେ । ପରିବାରରେ ସ୍ତ୍ରୀଙ୍କ ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି । ସହକର୍ମୀଙ୍କ ବଦାନ୍ୟତାରୁ ଆର୍ଥିକ ସ୍ଥିତି କେତେକାଂଶରେ ବଦଳିଯାଇପାରେ ।
ମୀନ : ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ତିକ୍ତତା ଯୋଗୁ ମନ ଭଲ ରହିବ ନାହିଁ । ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବ । ବ୍ୟକ୍ତିଗତ ଅସୁବିଧା ନିରାକରଣ ଦିଗରେ ନିଜ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ଆର୍ଥିକ ଅନଟନ ଲାଗିରହିବା କାରଣରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଯିବ ।

