ରାଶିଫଳ
ମେଷ-ଅଶ୍ୱନୀ- ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ୟ୍ୟ ଉତ୍ସାହପୂର୍ଣ୍ଣ ହେବ । କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ।ଦ୍ୱିଜା- ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ୟ୍ୟ ହେବେ । କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ, ଶତୃମାନଙ୍କ ଉପଦ୍ରବ ବୃଦ୍ଧି ପାଇବ । ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଋଣ ସୂତ୍ରରେ ଅର୍ଥ ପାଇ ପାରନ୍ତି।କୃତିକା- ଛାତ୍ରଛାତ୍ରି ମାନେ ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ । ମହିଳା ମାନେ ମାନସିକ ଶାନ୍ତି ପାଇବେ । ସାଧାରଣ ଘଟଣାକୁ ନେଇ ବନ୍ଧୁଙ୍କ ସହ ମନମାଳିନ୍ୟ ଯୋଗୁ ମନ ଉଦାସ ରହିବ।
ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ୟ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
ବୃଷ-କୃତିକା- ମନ କଥାକୁ ଖୋଲିକରି କହିଲେ ମଧ୍ୟ ନିଜର ଲୋକମାନେ ସମାଲୋଚନା କରିପାରନ୍ତି। ସ୍ତ୍ରୀ କିମ୍ବା ସ୍ୱାମୀଙ୍କ ଚିଡ଼ା ସ୍ୱଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି। ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତି ଅନୁଭବ କରିବେ।ରୋହିଣୀ- କର୍ମକ୍ଷେତ୍ରରେ କେତେକ କାର୍ଯ୍ୟରେ ସଫଳତା ହାସଲ କରିବାରେ ନିକଟସ୍ଥ ବନ୍ଧୁମାନେ ସାହାଯ୍ୟ କରିବେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ।ମୃଗଶିରା- ଶତ୍ରୁତା କରୁଥିବା ଲୋକ ନିଜର ଫାଇଦା ହାସଲର ଅପଚେଷ୍ଟା ଲାଗି ମନ ବଳାଇ ପାରନ୍ତି । ଦୀର୍ଘଦିନରୁ ଚେଷ୍ଟା କରୁଥିବା କାମଟି ଆଜି ସମ୍ପନ୍ନ ହୋଇପାରିବ। ସାମୟିକ ଶାରୀରିକ ଅସୁସ୍ଥତା ହେତୁ ମନ ବିଚଳିତ ରହିପାରେ।
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
ମିଥୁନ-ମୃଗଶିରା- ସ୍ୱାର୍ଥପରତା ଯୋଗୁ ଅନେକ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ । ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ । କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ।ଆଦ୍ରା- ବାଣିଜ୍ୟ କାରବାରରେ ଉତ୍ସାହ ଉଦ୍ଦିପନା ଯୁକ୍ତ ହେବ । ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି।ପୁନର୍ବସୁ- ମାଲିମକନ୍ଦମାରେ ଚିନ୍ତାଗ୍ରସ୍ତ ରହିବେ । ମହିଳା ମାନେ ନକାରତ୍ମକ ଚିନ୍ତାଧାରା ମନକୁ ସୃଷ୍ଟି ହେବ । ଗଣ ମାଧ୍ୟମ ପ୍ରତିନିଧି ପାଇଁ ଦିନଟା ବ୍ୟସ୍ତତାରେ କଟିବ।
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
କର୍କଟ-ପୁନର୍ବସୁ- ସକାଳୁ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍ ହେବେ। ବ୍ୟବସାୟିକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ।ପୁଷ୍ୟା- ଆଲୋଚନା କାଳରେ ଅପ୍ରିୟ ସତ୍ୟ କହି ବନ୍ଧୁଙ୍କ ଚକ୍ଷୁଶୀଳ ହେବେ। ବ୍ୟବସାୟ ଓ ପରିବହନରେ ଲାଭବାନ ହେବା ସହିତ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।ଅଶ୍ଲେଷା- କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ସମ୍ପର୍କୀୟ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ଧୌର୍ଯ୍ୟର ସହ ପରିସ୍ଥିତିର ସାମ୍ନା କଲେ ଉପକୃତ ହେବେ।
ପ୍ରତିକାର – ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨
ସିଂହ-ମଘା- ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ମହିଳା ମାନେ ପଡୋଶୀଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିବେ । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ।ପୂ,ଫାଲଗୁନି- ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖି ବା ଜରୁରୀ ଅଟେ। ଉ,ଫାଲଗୁନି- ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ମହିଳା ମାନେ ପଡୋଶୀଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିବେ । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ।
ପ୍ରତିକାର – ଶ୍ରୀ ରାମଙ୍କୁ ପୂଜା କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୧
କନ୍ୟା-ଉ,ଫଳଗୁନି- ସମ୍ପର୍କୀୟଙ୍କ ସାହାଯ୍ୟରୁ ଅଟକିଥିବା କାମଟି ହଠାତ୍ ହୋଇଯିବ। ଅର୍ଥ ଲାଭ ସାଙ୍ଗକୁ ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।ହସ୍ତା- ସମୟଟି ବହୁତ ଭଲ, ଅର୍ଥଲାଭ ଓ ବନ୍ଧୁ ମିଳନ ଅବଶ୍ୟ ଘଟିବ। ସ୍ବାସ୍ଥ୍ୟରେ ଉନ୍ନତି, ପ୍ଲଟିଂ କାରବାରରେ ଅଗ୍ରଗତି, ବିବାଦୀୟ ଘଟଣାରେ ବିଜୟ ଲାଭର ସୂଚନା ରହିଛି।ଚିତ୍ରା- ପରକଥାରେ ପଡି ଭୁଲ ମାର୍ଗ ଅନୁସରଣ କରି ହଇରାଣ ହେବେ। ଅପୂରଣୀୟ ଆଶା ମନରେ ଆଲୋଡ଼ନ କରିବା କାରଣରୁ ସାମୟିକ ଅଶାନ୍ତି ରହିବେ। ଆମଦାନୀ କାରବାର କ୍ଷେତ୍ରରେ ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ।
ପ୍ରତିକାର – ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
ତୁଳା-ଚିତ୍ରା- ପାରିବାରିକ ବିଶୃଙ୍ଖଳା ଦେଖା ଦେଇପାରେ ସେଥିପ୍ରତି ସତର୍କ ରୁହନ୍ତୁ । ଅଧିକ ପରିଶ୍ରମ ହେତୁ ଦେହରେ ଦୁର୍ବଳତା ଦେଖାଦେବ । ବାଧ୍ୟତାବଶତଃ ଆନୁଷ୍ଟାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ।ସ୍ୱାତୀ- ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ଘର ପାଇଁ ଆସବାବ କ୍ରୟ କରିବେ।ବିଶାଖା- ଆପଣଙ୍କ ସ୍ୱଭାବ ଆଖପାଖର ବାତା ବରଣକୁ ମଜାଦାର କରିବ । ଅନ୍ୟ ମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି । ଉଚ୍ଚାଧିକାରୀ ଓ ସହକର୍ମୀ ମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ।
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟକୁ ପୂଜା କରନ୍ତୁ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
ବିଛା-ବିଶାଖା- ଆମୋଦ, ପ୍ରମୋଦରେ ଦିନ କଟିବ । ଧର୍ମ ଭାବନାରୁ ଶାନ୍ତି ମିଳିବ । କର୍ମକ୍ଷେତ୍ର, ବାଣିଜ୍ୟ, ପ୍ରଶାସନ, ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ।ଅନୁରାଧା- ସାମାଜିକ ସ୍ତରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଯେଉଁ କାମରେ ବାହାରିଛନ୍ତି ସେଥିରେ କୃତକାର୍ଯ୍ୟ ହେବେ। ମାଲିମକଦ୍ଦମା, ବ୍ୟବସାୟ, ପରିବହନ ପାଇଁ ଅସୁବିଧା ହେବ ନାହିଁ।ଜ୍ୟେଷ୍ଠା- ବନ୍ଧୁଙ୍କ ସମ୍ମୁଖରେ ପାରିବାରିକ ଜୀବନର ଅକୁହା କଥାକୁ ଲୁଚାଇ ରଖି ହସି ହସି କଥା କହିବେ। ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
ଧନୁ-ମୂଳା- ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ପାରିବାରିକ ଜୀବନେର ସନ୍ତୁଳତା ରକ୍ଷା କରିବେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କଛି ନୂଆ ଯୋଜନା କରିବେ। ପୂ,ଷାଢା- ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ସାଂସୃତିକ ପରିବେଶରେ ଯୋଗ ଦାନ ଦେବେ । ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ । ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେଉ,ଷାଢା- କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି । ମହିଳା ମାନେ ଦୁଃଖିତ ରହିବେ । ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ।
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩
ମକର-ଉ,ଷାଢା- ପାରିବାରିକ କଳହକୁ ନେଇ ମାନସିକ ଶାନ୍ତି ବ୍ୟାହତ ହେବ। କାମଗୁଡିକରେ କୌଣସି ପ୍ରତିବନ୍ଧକ ନ ରହିଲେ ମଧ୍ୟ ସେତେଟା ପ୍ରୀତିପ୍ରଦ ରହିବ ନାହିଁ । ନିକଟରେ ରହୁଥିବା ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ଦୁଃଖ ଭୁଲି ଯିବାରେ ସାହାଯ୍ୟ କରିବ।ଶ୍ରବଣା- ପରିବାରରେ ପିଲାଙ୍କ ଆଚରଣରେ ପରିବର୍ତ୍ତନ କାରଣରୁ ବିରକ୍ତ ଅନୁଭବ କରିପାରନ୍ତି। ଯଥା ସମୟରେ ସବୁ କାମ ସମ୍ପନ୍ନହେବାରୁ ମନ ଖୁସି ହୋଇଯିବ। ଧୈର୍ୟ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ,ଧନିଷ୍ଠା- ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ପ୍ରତିକାର – ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୮
କୁମ୍ଭ-ଧନିଷ୍ଠା- ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । କାର୍ୟ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ । ଯାହାଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇବାରୁ ପ୍ରତିହିଂସା ମୂଳକ ମନଭାବ ପୋଷଣ କରିବେ।ଶତଭିଷା- ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଜୀବନରେ ନୂଆ ସଂକେତ ମିଳିପାରେ । ହଜିଥିବା ଜିନିଷର ସନ୍ଧାନ ପାଇ ପୁରାଦିନ ଖୁସି ରହିବେ।ପୂ,ଭାଦ୍ରପଦ- ମହିଳା ମାନେ ଆନନ୍ଦମୟ ମୁହୂର୍ତ କାଟିବେ । ଘରୋଇ ଦାୟିତ୍ୱ ନେଇ ପରିବାର ଲୋକଙ୍କ ସହ କଥା ହେବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।
ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮
ମୀନ-ପୂ,ଭାଦ୍ରପଦ- ରାସ୍ତାରେ ଯିବା ସମୟରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ। ଜଣେ ପଡ଼ୋଶୀଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ଧର୍ମକାର୍ୟ୍ୟ ସକାଶେ ସତ୍ ସଙ୍ଗୀଙ୍କ ପ୍ରେରଣା ମିଳିପାରେ।ଉ,ଭାଦ୍ରପଦ- ଘରର ଅସଜଡ଼ା ପରିସ୍ଥିତି କଥା ଚିନ୍ତାକରି ରକ୍ତଚାପ ବଢ଼ିଯାଇପାରେ। ନୂତନ ସ୍ଥାନ ପରିଭ୍ରମଣ ସୁଯୋଗ ଜୁଟିବ। କୌଣସି ଜିନିଷ ପାଇବାକୁ କେନ୍ଦ୍ରକରି ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି।ରେବତୀ- ସାଙ୍ଗଠନିକ କାର୍ୟ୍ୟରେ କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ପାରିବାରିକ ଆଲୋଚନାକୁ ପ୍ରାଧାନ୍ୟ ଦେଇପାରନ୍ତି। ଆକସ୍ମିକ ଭାବରେ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ।
ପ୍ରତିକାର- ଗୋମାତାଙ୍କୁ ଗୁଡ,ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩

