ଦେଶ ବିଦେଶ

ସୁପ୍ରିମ୍‌କୋର୍ଟରୁ ମିିଳିଲାନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ଆଶ୍ବସ୍ତି

Spread the love

ସୁପ୍ରିମ୍‌କୋର୍ଟରୁ ମିିଳିଲାନି କେଜ୍ରିୱାଲ୍‌ଙ୍କୁ ଆଶ୍ବସ୍ତି। ମଦ ନୀତି ମାମଲାରେ ଗିରଫ ହେବା ପରେ ବର୍ତ୍ତମାନ ତିହାର ଜେଲରେ ରହୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମାମଲାର ଶୁଣାଣି ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବାର ଥିଲା। ଅଦାଲତ ସୋମବାର କହିଛନ୍ତି ଯେ ମଦ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାର ଶୁଣାଣି ଆଗାମୀ ଏପ୍ରିଲ ୨୯ ତାରିଖରେ ହେବ।

ମଦ ନୀତି ମାମଲାରେ କେଜ୍ରିୱାଲ୍‌ ମାର୍ଚ୍ଚ ୨୧ ତାରିଖରେ ଗିରଫ ହେବା ପରେ ତାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଏପ୍ରିଲ୍‌ ୯ ତାରିଖରେ କେଜ୍ରିୱାଲ୍‌ଙ୍କ ଆବେଦନକୁ ଅଦାଲତ ଖାରଜ କରି ଦେଇଥିଲେ। ତା’ପରେ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ଯାହାର ଶୁଣାଣି ଆଜି ଥିଲା, ମାତ୍ର ଆଜି ଅଦାଲତର ତାହାର ଶୁଣାଣି ଏପ୍ରିଲ ୨୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *